Below header

ଭାବୁକ କରିଦେଉଛି Coronavirusରେ ଆକ୍ରାନ୍ତ ଏହି ବୃଦ୍ଧ ଦମ୍ପତିଙ୍କ ଭିଡିଓ, ହସ୍ପିଟାଲ ଆଇସିୟୁରେ ପଡ଼ି ପରସ୍ପରକୁ କହୁଛନ୍ତି ‘ଗୁଡ୍‌ବାଏ’

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଏକ ବୃଦ୍ଧ ଦମ୍ପତିଙ୍କୁ ଦେଖିବାକୁ ମିଳୁଛି। ଦୁଇଜଣ ହସ୍ପିଟାଲ ବେଡ୍‌ରେ ପଡ଼ିଥିବା ବେଳେ ଅତି କଷ୍ଟରେ ନିଶ୍ୱାସ ନେଉଛନ୍ତି। ଭିଡିଓଟି ଖୁବ୍‌ ଯନ୍ତ୍ରଣାଦାୟକ। ତେବେ ଘଟଣାଟି ଚୀନର ବୋଲି କୁହାଯାଉଛି। ଟୁଇଟ୍‌ ମୁତାବକ, ଦୁଇଜଣ Coronavirusରେ ଆକ୍ରାନ୍ତ। ସେମାନଙ୍କ ଭିଡିଓ ଲୋକଙ୍କୁ ଭାବୁକ କରିଦେଉଛି।

Jiang Wei ନାମକ ବ୍ୟକ୍ତି ନିଜ ଟୁଇଟର ଆକାଉଣ୍ଟରେ ଭିଡିଓକୁ ଶେୟାର କରିଛନ୍ତି। ସେ ଲେଖିଛନ୍ତି ଯେ ‘ଏକ ଦମ୍ପତି ହେବାର ଅର୍ଥ କ’ଣ? Coronavirusରେ ପୀଡ଼ିତ ୨ ବୃଦ୍ଧ ରୋଗୀ ଆଇସିୟୁରେ ପରସ୍ପରକୁ ଗୁଡବାଏ କହୁଛନ୍ତି। ଏହା ସେମାନଙ୍କ ଶେଷ ମିଳାମିଶା ହୋଇପାରେ’।

Coronavirus positive

ଭିଡିଓ ପୋଷ୍ଟ ହେବା ପରେ ଏହାକୁ ୫ ଲକ୍ଷ ୬୯ ହଜାର ଭ୍ୟୁ ମିଳିସାରିଲାଣି। କିନ୍ତୁ ଏ ପଯ୍ୟର୍ନ୍ତ ବୃଦ୍ଧ ଦମ୍ପତିଙ୍କ ପରିଚୟ ଜଣାପଡ଼ିନାହିଁ। ଭିଡିଓଟି ଲୋକଙ୍କ ହୃଦୟକୁ ପୂରା ଛୁଇଁଯାଇଛି। ସେପଟେ ଭିଡିଓ ଦେଖି ଅନେକ ଲୋକ ସେମାନଙ୍କ ରିକଭରି ପାଇଁ ପ୍ରାର୍ଥନା କରୁଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.