Below header

ପୋକଜୋକ ଖାଇ ପ୍ରଥମେ କରୋନା ସୃଷ୍ଟି କରିଥିଲା, ଏବେ ସେହି ପୋକରୁ ଭ୍ୟାକ୍‌ସିନ୍‌ ତିଆରି କରୁଛି ଚୀନ୍‌

ସାରା ବିଶ୍ୱରେ କରୋନା ଭ୍ୟାକ୍‌ସିନ୍‌ ତିଆରି କାମ ଜୋରସୋରରେ ଚାଲିଛି। କେତେକ ଭ୍ୟାକ୍‌ସିନ୍‌ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଉ କିଛିର ଦ୍ୱିତୀୟ କିମ୍ବା ତୃତୀୟ ପର୍ଯ୍ୟାୟ ଚାଲିଛି। ଭ୍ୟାକ୍‌ସିନ୍‌ ପ୍ରସ୍ତୁତି କାମ ଭାରତ ସମେତ ଚୀନ୍‌, ବ୍ରିଟେନ୍‌, ଆମେରିକା ଓ ଋଷ ଭଳି ଦେଶରେ ଚାଲିଛି। ଇତି ମଧ୍ୟରେ ଆଉ ଏକ ଭିନ୍ନଧରଣର ଭ୍ୟାକ୍‌ସିନ୍‌ ତିଆରି ହୋଇଥିବା ନେଇ ଦାବି କରାଯାଉଛି। ଦାବି ମୁତାବକ ଏହି ମେଡିସିନ୍‌ କୀଟଙ୍କ ସାହାଯ୍ୟରେ ତିଆରି କରାଯାଉଛି, ଯାହାର ମାନବ ପରୀକ୍ଷଣ ପାଇଁ ସ୍ୱୀକୃତି ମିଳିସାରିଛି। ତେବେ ଆସନ୍ତୁ ଜାଣିବା ଏହି ଟୀକା ସମ୍ପର୍କରେ…

ରିପୋର୍ଟ ମୁତାବକ କରୋନାର ଏହି ଭ୍ୟାକ୍‌ସିନ୍‌କୁ ନେଇ ଚଙ୍ଗଡ଼ୁର ଜିଲ୍ଲା ପ୍ରଶାସନ ସୋସିଆଲ ମିଡିଆ ଭି-ଚାଟ୍‌ରେ ଏକ ନୋଟିସ୍‌ ସେୟାର କରିଛନ୍ତି। ନୋଟିସ୍‌ ମୁତାବକ ଏହି ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ପାଇଁ କୀଟପତଙ୍ଗଙ୍କ କୋଷିକାକୁ ବ୍ୟବହାର କରି ପ୍ରୋଟିନ୍‌ ତିଆରି କରାଯାଇଛି। ଏହାକୁ ଚଙ୍ଗଡ଼ୁର ସିଚୁଆନ୍‌ ବିଶ୍ୱବିଦ୍ୟାଳୟର ସବୁଠୁ ବଡ଼ ମେଡିକାଲରେ ପ୍ରସ୍ତୁତ କରାଯାଇଛି।

insect

ଏହି ଭ୍ୟାକ୍‌ସିନ୍‌କୁ ନ୍ୟାସନାଲ ମେଡିକାଲ ପ୍ରଡକ୍ଟସ୍‌ ଆଡମିନିଷ୍ଟ୍ରେସନ୍‌ରୁ କ୍ଲିନିକାଲ ଟ୍ରାଏଲ ପାଇଁ ମଞ୍ଜୁରୀ ମିଳିସାରିଛି। ଏହା ଚୀନ୍‌ର ପ୍ରଥମ ଏଭଳି ଭ୍ୟାକ୍‌ସିନ୍‌ ଯାହା କୀଟପତଙ୍ଗରୁ ତିଆରି ହେବ। ପ୍ରଥମେ ଏହି ଟୀକାକୁ ମାଙ୍କଡ଼ଙ୍କ ଉପରେ ପରୀକ୍ଷା କରାଯାଇଥିଲା। ପରୀକ୍ଷଣ ସଫଳ ହେବା ପରେ ଏବେ ଏହାକୁ ମାନବ ପରୀକ୍ଷଣ ପାଇଁ ସ୍ୱୀକୃତି ମିଳିଥିବା ଜଣାଯାଇଛି।

ତେବେ ଏହା ପ୍ରଥମ ନୁହେଁ ଚୀନ୍‌ରେ ଏବେ ୮ଟି ଭ୍ୟାକ୍‌ସିନ୍‌ର ପ୍ରସ୍ତୁତି ଉପରେ କାମ ଚାଲିଛି। ଖୁବ୍‌ଶୀଘ୍ର ବଜାରକୁ ଚୀନ୍‌ର ଟୀକା ଆସିବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.