Below header

ଚୀନ୍‌କୁ ସିଡିଏସ୍‌ ଜେନେରାଲ ବିିପିନ ରାଓ୍ଵତଙ୍କ କଡା ଚେତାବନୀ, ଆଲୋଚନା ବିଫଳ ହେଲେ ଆଗାମୀ ସେନା କାର୍ଯ୍ୟାନୁଷ୍ଠାନ

ଚୀନ୍‌କୁ ସିଡିଏସ୍‌ ଜେନେରାଲ ବିିପିନ ରାଓ୍ଵତଙ୍କ କଡା ଚେତାବନୀ । ଭାରତ-ଚୀନ୍‌ ମଧ୍ୟରେ ଆଲୋଚନା ବିଫଳ ହେଲେ ହୋଇପାରେ ସେନା କାର୍ଯ୍ୟାନୁଷ୍ଠାନ । ସୈନ୍ୟ ବିକଳ୍ପ ପ୍ରସ୍ତୁତ ହୋଇ ରହିଛି । ଭାରତ-ଚୀନ୍‌ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଏପରି ବଡ଼ ବୟାନ ଦେଇଛନ୍ତି ସିଡିଏସ୍‌ ଜେନେରାଲ ବିପିନ ରାଓ୍ଵତ ।

ସେ କହିଛନ୍ତି ଲଦାଖରେ ସେନା କାର୍ଯ୍ୟାନୁଷ୍ଠା ନେଇ ବିଚାର କରାଯାଉଛି । ଭାରତ-ଚୀନ୍‌ ମଧ୍ୟରେ ଅନେକ ସ୍ତରରେ ଆଲୋଚନା ହେଉଛି । ଆଲୋଚନା ବିଫଳ ହେଲେ ଆଗାମୀ କାର୍ଯ୍ୟାନୁଷ୍ଠାନ ନେଇ ଚର୍ଚ୍ଚା ହେଉଛି । ସୈନ୍ୟ ଓ କୁଟନୈତିକ ସ୍ତରରେ ଅନେକ ଥର ଆଲୋଚନା ହୋଇଛି । ପଛକୁ ହଟିବା ପାଇଁ ସହମତି ହୋଇଛି, ହେଲେ କୌଣସି ସୁଫଳ ମିଳିନାହିଁ । ବିପିନ ରାଓ୍ଵତ କହିଛନ୍ତି, ଭାରତ-ଚୀନ୍‌ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.