ତେଲ, ଟୁଥପେଷ୍ଟ ଏବଂ ସାବୁନ ଭଳି ସାଧାରଣ ବସ୍ତୁରୁ କମିଲା ଜିଏସଟି, ଜାଣନ୍ତୁ ଆଉ କେଉଁଥିରୁ ହେଲା କମ୍‌

କେନ୍ଦ୍ର ସରକାର ସାଧାରଣ ପାଇଁ ଏକ ବଡ ଘୋଷଣା କରିଛନ୍ତି। ସରକାର ଦୈନନ୍ଦିନ ବ୍ୟବହାର ହେଉଥିବା ଅନେକ ଜିନିଷରୁ ଜିଏସଟି କମାଇଛନ୍ତି। ତେଲ, ଟୁଥପେଷ୍ଟ ଏବଂ ସାବୁନ ଭଳି ସାଧାରଣ ଜିନିଷରୁ ୨୯.୩ ପ୍ରତିଶତ ଜିଏସଟିରୁ କମ୍‌ ହୋଇ ୧୮ ପ୍ରତିଶତ ହୋଇଛି।

gst

ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମେ ୨୩୦ ଉତ୍ପାଦ ସବୁଠାରୁ ଅଧିକ ସ୍ଲାବ ୨୮ ପ୍ରତିଶତରେ ରହିଥିଲା। କିନ୍ତୁ ଏବେ ଏହି ୨୮ ପ୍ରତିଶତ ଜିଏସଟି କେବେ ଅହିତକର ଏବଂ ବିଳାସପୂର୍ଣ୍ଣ ବସ୍ତୁ ଉପରେ ଆସିଥାଏ। ଏଥିମଧ୍ୟରୁ ୨୦୦ ବସ୍ତୁକୁ ୨୮ ପ୍ରତିଶତ ସ୍ଲାବରୁ ୧୮ ପ୍ରତିଶତ ସ୍ଲାବକୁ ସ୍ଥାନାନ୍ତର କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ଆବାସ କ୍ଷେତ୍ର ପାଞ୍ଚ ପ୍ରତିଶତ ସ୍ଲାବକୁ ଆସିଥିବା ବେଳେଶସ୍ତା ଘର ଉପରେଜିଏସଟି ଦର କମାଇ ଦିଆଯାଇ ଏକ ପ୍ରତିଶତ କରିଦିଆଯାଇଛି।

ସିନେମା ଟିକେଟରେ ପୂର୍ବରୁ ୩୫ ପ୍ରତିଶତରୁ ୧୧୦ ପ୍ରତିଶତ ପର୍ଯ୍ୟନ୍ତ ଜିଏସଟି ଲାଗୁଥିଲା କିନ୍ତୁ ଏହାକୁ ଏବେ ୧୨ ପ୍ରତିଶତ ଏବଂ ୧୮ ପ୍ରତିଶତ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ସେହିପରି ଫ୍ରିଜ, ଓ୍ଵାଶିଂ ମେସିନ, ଭ୍ୟାକୁମ କୁଲର, ମିକ୍ସର, ଜୁସ୍‌ ମେସିନ, ଶେଭର, ହେୟାର କ୍ଲିପର, ଓ୍ଵାଟର ହିଟର, ହେୟାର ଡ୍ରାଏର, ଇଲେକ୍ଟ୍ରିକ ସ୍ମନିଂ ଆଇରନ, ୩୨ ଇଞ୍ଚର ଟିଭି ଉପରେ ପୂର୍ବରୁ ୩୧ .୩ ପ୍ରତିଶତ ଜିଏସଟି ଲାଗୁଥିଲା, କିନ୍ତୁ ଏବେ ଏହି ଉତ୍ପାଦରେ ୧୮ ପ୍ରତିଶତ ଜିଏସଟି ଲାଗିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.