ନେପାଳ ଉପରେ ଚୀନ୍‌ର ଦାଦାଗିରୀ, ଲାପ୍‌ଚା-ଲିମି ଅଞ୍ଚଳରେ ଗଢ଼ୁଛି ବେଆଇନ କୋଠା

ନୂଆଦିଲ୍ଲୀ : ଚୀନ୍‌ର ବିସ୍ତାରବାଦୀ ନୀତି ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥର ତା’ର ଆଖି ପଡ଼ିଛି ନେପାଳ ଉପରେ । ଚୀନ୍‌ ସହ ଭଲ ସମ୍ପର୍କ ରଖିବା ସହ ତା’ର ହଁରେ ହଁ ମିଳାଉଥିବା ନେପାଳକୁ ମଧ୍ୟ ଛାଡିନାହିଁ ଚୀନ୍‌ । ନେପାଳର ହୁମଲା ଜିଲ୍ଲା ଲାପ୍‌ଚା-ଲିମି ଅଞ୍ଚଳରେ ୯ଟି ବେଆଇନ କୋଠା ନିର୍ମାଣ କରିଛି ଚୀନ୍‌ ।

china-55

ସ୍ଥାନୀୟ ଗ୍ରାମ କାଉନ୍ସିଲ୍ର ଅଧ୍ୟକ୍ଷ ବିଷ୍ଣୁ ବାହାରଦୁର ଲାମା ସେ ଅଞ୍ଚଳ ପରିଦର୍ଶନରେ ଯିବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା। ଚୀନ୍ ସୈନିକମାନେ କୋଠା ନିର୍ମାଣ ହୋଇଥିବା ଗାଁର ସେ ପଟକୁ ଯିବା ଲାଗି ମଧ୍ୟ ତାଙ୍କୁ ଅନୁମତି ଦେଇ ନଥିଲେ । ଲାମା କହିଛନ୍ତି ଯେ, ସେ ଚୀନା ସୈନିକମାନଙ୍କ ସହ କଥାବାର୍ତ୍ତା କରିବାକୁ ଉଦ୍ୟମ କରିଥିଲେ କିନ୍ତୁ, ତାହା ବ୍ୟର୍ଥ ହୋଇଥିଲା ।

ସେମାନେ କିଛି ଉତ୍ତର ନ ଦେଇ ତାଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ । ଲାମା ତାଙ୍କ ମୋବାଇଲ୍ ଫୋନ୍ରେ କୋଠାର ଫଟୋ ଉତ୍ତୋଳନ କରିଥିଲେ । ପ୍ରକାଶଯୋଗ୍ୟ ଯେ ଦୁଇ ମାସ ତଳେ ଚୀନ୍ ନେପାଳର ଗୋର୍ଖା ଜିଲ୍ଲା ଅନ୍ତର୍ଗତ ରୁଇ ଗାଁକୁ ନିଜ ଅଞ୍ଚଳରେ ସାମିଲ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.