Below header

ଆଇପିଏଲ ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ ସୁପର ଓଭରରେ ହରାଇଲା କିଙ୍ଗସ ଇଲେଭେନ ପଂଜାବକୁ

ଦୁବାଇ : ତ୍ରୟୋଦଶ ଆଇପିଏଲ୍‌ର ଆଜି ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲସ ବିଜୟୀ । ଶେଷ ଓଭରରେ ୧୩ ରନ ଦରକାର ଥିଲା ଆଉ ୧ ରନ ବାକି ଥିବା ବେଳେ ମୟଙ୍କ ଅଗ୍ରୱାଲ ମାତ୍ର ୬୦ ବଲରେ କଲେ ୮୯ ରନ କରି ଆଉଟ ହେଲେ । ଅନ୍ତିମ ବଲରେ ଆଉଟ ହେଲେ ଜୋଡାନ । ଦୁଇ ଦଳ ୧୫୭ ରନରେ ସମାନ ହେବ ପରେ ଖେଳ ସୁପର ଓଭରକୁ ଗଲା । ଆଉ ଏଥିରେ କିଙ୍ଗସ ଇଲେଭେନ୍ ପଞ୍ଜାବକୁ ହରାଇ ବିଜୟୀ ହୋଇଛି ଦିଲ୍ଲୀ କ୍ୟାପିଟାଲ୍‌ସ

ପଞ୍ଜାବ ଦଳ ଆଜି ଟସ୍ ଜିତି ପ୍ରଥମେ ବୋଲିଂ ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କରିଥିଲା ୮ ଓ୍ଵିକେଟ୍‌ରେ ୧୫୭ ରନ୍ । ଦିଲ୍ଲୀ ଅଧିନାୟକ ଶ୍ରେୟଶ ଆୟର ୩୨ ବଲ୍‌ରୁ ୩୯ ଏବଂ ମାର୍କସ୍ ଷ୍ଟୋଇନିସ୍ ଅର୍ଦ୍ଧଶତକ କରି ଦଳର ସମ୍ମାନ ରଖିଥିଲେ । ଷ୍ଟୋଇନିସ୍ ସର୍ବାଧିକ ସ୍କୋରର୍ ଭାବେ ୫୩ ରନ୍ କରି ଶେଷ ପର‌୍ୟ୍ୟନ୍ତ ଅପରାଜିତ ରହିଥିଲେ । ସେ ୭ଟି ଚୌକା ଓ ୩ଟି ଛକା ମାରିଥିଲେ । ଋଷଭ ପନ୍ତ ୩୧ ରନ୍ କରିଥିଲେ । ଦିଲ୍ଲୀ ପକ୍ଷରୁ ମହମ୍ମଦ ସାମି ୩ଟି ଏବଂ କଟ୍ରେଲ ୨ଟି ଓ୍ଵିକେଟ୍ ନେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.