Below header

ହୃଦୟ ବିଦାରକ ଘଟଣା, ବାପା ମା’ଙ୍କ ଠାରୁ ପିଲାଙ୍କୁ ଅଲଗା କଲେ ଚୀନ୍‌ ସରକାର

ଏବେ ସାରା ବିଶ୍ୱବାସୀ କରୋନାରୁ ଟିକେ ଆଶ୍ୱସ୍ତି ଲାଭ କରିଥିବା ବେଳେ ତାର ଜନ୍ମଦାତା ଚୀନ୍‌ ଏଥିରେ ଘାଣ୍ଟି ହେଉଛି । ଦିନକୁ ଦିନ ଏଠାରେ ସାଂଘାତିକ ହେବାରେ ଲାଗିଛି ପରିସ୍ଥିତି । ସାଂଘାଇ ସହରରେ ଭୟଙ୍କର ସ୍ଥିତି ଯୋଗୁଁ ସରକାର ଅନେକ କଟକଣା ଲଗାଇଛନ୍ତି । ଏବେ ନୂଆ କଟକଣା ଅନୁସାରେ ପିଲାମାନେ ନିଜ ମା ବାପାଙ୍କୁ ଭେଟି ପାରିବେ ନାହିଁ । ସେମାନଙ୍କୁ ନିଜ ମା ବାପାଙ୍କ ଠାରୁ ଦୂରେଇ ଦିଆଯାଇଛି ।

ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ପିଲାମାନଙ୍କୁ କରୋନା ହେଲେ ସେମାନଙ୍କୁ ଅଲଗା ନେଇ କ୍ୱାରେଣ୍ଟାଇନ୍‌ ହୋମ୍‌ରେ ରଖା ଯାଉଛି । ଏମିତିକି ସେମାନେ କେଉଁଠି ଅଛନ୍ତି ସେ କଥା ବାପା ମା’ଙ୍କୁ ଜଣାଯାଉ ନାହିଁ । ଏମିତିକି ବାପା ମା ନିଜ ପିଲା ବିଷୟରେ ଜାଣିବାକୁ ଗୁହାରି କରୁଛନ୍ତି ତଥାପି ପ୍ରଶାସନ ତରଫରୁ କୌଣସି ସୂଚନା ଦିଆଯାଉ ନାହିଁ ।

ସାଂଘାଇ ହେଉଛି ଚୀନ୍‌ର ଏକ ଜନବହୁଳ ସହର । ସେହି ପରିମାଣରେ ଏଠାରେ କରୋନା ପୀଡ଼ିତଙ୍କ ସଂଖ୍ୟା ବି ଅଧିକ । ଗତ ୨୪ ଘଣ୍ଟାରେ ଏଠି ୬୩୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଣୁ ଚୀନ୍‌ ସରକାର ଏଇ ସହରରେ ବିଶେଷ ଭାବେ କଡ଼ କଟକଣା ଜାରି କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.