Below header

ଗରମ ଦିନରେ ଖୁବ ଲାଭଦାୟୀ ହୋଇଥାଏ ଏହି ଜୁସ, ସକାଳ ସମୟରେ ମାତ୍ର ଗୋଟିଏ ଗ୍ଲାସ ପିଅନ୍ତୁ

କାହିଁ କେତେ ବର୍ଷରୁ ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ଏଲୋଭେରାକୁ ବ୍ୟବହାର କରାଯାଇଆସୁଛି । କିନ୍ତୁ ହୁଏତ ଖୁବ କମ ଲୋକ ଜାଣନ୍ତି ସୁସ୍ଥ ସ୍ୱାସ୍ଥ୍ୟ ଗଠନରେ ବି ଘି କୁଆଁରିର ବିଶେଷ ଭୂମିକା ରହିଛି । ଏକ୍ସପର୍ଟ ମାନେ ସକାଳ ସମୟରେ ଖାଲି ପେଟରେ ଆଲୋଭେରା ଜୁସ ପିଇବାକୁ ପରାମର୍ଶ ଦେଇଥାନ୍ତି । ଏଲୋଭେରା ଜୁସର ଏମିତି ଗୁଣ ରହିଛି ଯାହା କ୍ୟାନ୍ସର ପରି ମାରାତ୍ମକ ରୋଗକୁ ବି ମାତ ଦେଇପାରେ | ଏହା ସହ ଅନେକ ଦୁରାରୋଗ୍ୟରୁ ମଧ୍ୟ ମୁକ୍ତି ଦେଇପାରେ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏଲୋଭେରା କିପରି ଲାଭଦାୟକ ହୋଇଥାଏ ।

କୋଷ୍ଟକାଠିନ୍ୟ ପାଇଁ:

ଏଲୋଭେରାରେ ଅନେକ ଔଷଧୀୟ ଗୁଣ ରହିଛି । ଯାହାକି କୋଷ୍ଟକାଠିନ୍ୟରୁ ମୁକ୍ତି ଦେଇଥାଏ । ଯେଉଁ ମାନଙ୍କର ପାଚନ ଜନିତ ସମସ୍ୟା ଥାଏ ସେମାନଙ୍କ ପାଇଁ ଏଲୋଭେରା ଜୁସ ଫାଇଦାଦାୟକ ହୋଇଥାଏ ।

ହାର୍ଟବର୍ଣ୍ଣ ରୁ ଦିଏ ମୁକ୍ତି:

ଗରମ ଦିନ ମାନଙ୍କରେ ଅଧିକାଂଶ ସମୟରେ ଛାତିପୋଡା, ଛାତି ଯନ୍ତ୍ରଣା ପରି ସମସ୍ୟା ଦେଖାଦିଏ । କିନ୍ତୁ ଏଲୋଭେରା ଜୁସ ନିୟମିତ ପିଇଲେ ମୁକ୍ତି ମିଳିଥାଏ ।

 

aloevera juice
image credit: femina.in

 

 

ଇରିଟେବଲ ବୋବେଲ ସିନ୍ଦ୍ରମ:

ଏଲୋଭେରା ଆଇବିଏସ ଚିକିତ୍ସାରେ ଲାଭଦାୟୀ ହୋଇଥାଏ । ଏହି ସ୍ଥିତିରେ ଶରୀରରେ ଦାଗ ହେବା ସହ ଦରଜ ମଧ୍ୟ ହୋଇଥାଏ ।

ଓଜନ ନିୟନ୍ତ୍ରଣରେ ରୁହେ:

ଭିଟାମିନ, ମିନେରାଲସ, ଆଣ୍ଟିଆକ୍ସିଡେଣ୍ଟରେ ଭରପୁର ଏଲୋଭେରା ଜୁସ ଓଜନ ନିୟନ୍ତ୍ରଣ ରଖିଥାଏ । ଯାହା ଦ୍ୱରା ଓଜନ ବଢିନଥାଏ ।

ଡିଡ଼କ୍ସ କରେ ଶରୀର:

ଏଲୋଭେରା ଜୁସରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ଆସିଥାଏ । ଏହା ସହ ଏଥିରେ ଥିବା ତତ୍ତ୍ୱ ଶରୀରର ଇମ୍ୟୁନିଟିକୁ ଦୃଢ ରଖିଥାଏ ।

ବ୍ଲଡ଼ ସୁଗାର କଣ୍ଟ୍ରୋଲ:

ଏଲୋଭେରା ଶରୀରର ବ୍ଲଡ଼ ସୁଗାର ଲେବଲକୁ ମଧ୍ୟ କଣ୍ଟ୍ରୋଲରେ ରଖିଥାଏ । ସକାଳ ସମୟରେ ଖାଲି ପେଟରେ ପିଇଲେ ମଧୁମେହ ସମେତ ହୈପରଲିପିଡ଼ିମିୟା ରୋଗୀ ମାନଙ୍କର ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.