Below header

ଚୀନର ଚାଲ୍ ! ପୁଣି ଡୋକଲାମରେ ଡ୍ରାଗନର ଅନୁପ୍ରବେଶ

କଥାରେ ଅଛି ମତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ । ଚୀନ୍‌ ଡୋକଲାମରେ ପୁଣି ତାର ଗତିବିଧି ଆରମ୍ଭ କରି ଦେଇଛି । ଲୁଚିଛପି କାମ କରୁଛି । ତେବେ ଏଥର ଏପର୍ୟ୍ୟନ୍ତ ଏହାକୁ ଭୁଟାନ୍‌ କିମ୍ବା ଭାରତ ବିରୋଧ କରି ନାହାନ୍ତି । ଆମେରିକାର ଦକ୍ଷିଣ-ମଧ୍ୟଏସିଆ ଅଧିକାରୀ ଏଲିସ୍‌ ଜି. ୱେଲସ ଏହା କହିଛନ୍ତି । ଗତ ୨୦୧୬ ଜୁନ୍‌ରେ ଚୀନ୍‌ର ଅନୁପ୍ରବେଶ ଯୋଗୁଁ ସୀମାନ୍ତରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଚୀନ୍‌ ସେନା ଡୋକଲାମରେ ରାସ୍ତା ନିର୍ମାଣ କରୁଥିଲେ । ଭାରତୀୟ ସେନା ଏହାର ବିରୋଧ କରିଥିଲେ । ଦୀର୍ଘ ୭୩ ଦିନ ଧରି ଉତ୍ତେଜନା ଲାଗି ରହିଥିଲା । ଡୋକଲାମ ଉପରେ ଉଭୟ ଚୀନ୍‌ ଓ ଭୁଟାନ୍‌ ନିଜ ଅଧିକାର ଜାହିର କରୁଛନ୍ତି । ଭାରତ ଭୁଟାନ୍‌କୁ ସମର୍ଥନ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.