ଆତଙ୍କୀ ଆକ୍ରମଣ ପାଇଁ ଡରିଗଲା ଡ୍ରାଗନ୍‌, ପାକିସ୍ତାନରେ ବୁଲେଟପ୍ରୁଫ୍‌ କାରରେ ଯିବେ ଚୀନ କର୍ମଚାରୀ

ନୂଆଦିଲ୍ଲୀ : ପାକିସ୍ତାନ ଓ ଚୀନ ସିପେକ ଯୋଜନାରେ କାମ କରୁଛି । ପାକ୍‌ ଚୀନ ନାଗରିକଙ୍କୁ ବାହାରକୁ ଯିବା ପାଇଁ ତାଙ୍କ ପାଇଁ ବୁଲେଟପ୍ରୁଫ ଗାଡି ବ୍ୟବହାର କରିବାକୁ ସହମିତି ପ୍ରକାଶ କରିଛି । ଯାହା ଫଳରେ ଚୀନ ନାଗରିକଙ୍କୁ ଆତଙ୍କବାଦୀ ଆକ୍ରମଣରୁ ରକ୍ଷା କରାଯାଇ ପାରିବ । ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଜାରି ରହିଥିବାରୁ ନିଜର କର୍ମଚାରୀଙ୍କୁ ନେଇ ଚୀନ ଚିନ୍ତାରେ ରହିଛି ।

ଚୀନ ନାଗରିକଙ୍କ ପାଇଁ ବୁଲେଟପ୍ରୁଫ୍‌ କାର

ଚୀନର ସବୁ ନାଗରିକ ବାହାରକୁ ଯିବା ବେଳେ ବୁଲେଟପ୍ରୁଫ୍‌ ଗାଡିରେ ଯିବାକୁ ପଡିବ । ଏଥିପାଇଁ ଚୀନ ପାକିସ୍ତାନକୁ ବୁଲେଟପ୍ରୁଫ୍‌ କାର ପଠାଇବ । ଚୀନ ରାଷ୍ଟ୍ରପତି ଗତ ସପ୍ତାହରେ ପାକିସ୍ତାନରେ କାମ କରୁଥିବା ଚୀନ ନାଗରିକଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ବେଜିଂ ଯାତ୍ରା କାଳରେ ପାକିସ୍ତାନରେ ଏକ ବିଶ୍ୱସନୀୟ ଓ ସୁରକ୍ଷିତ ପରିବେଶ ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ ।

ଚୀନ ନାଗରିକଙ୍କ ସହ ଜଡିତ ଅପରାଧର ଦ୍ରୁତ ଯାଞ୍ଚ ପାଇଁ ରାଷ୍ଟ୍ରୀୟ ଫୋରେନସିକ୍‌ ଲାବୋରେଟୋରୀ ର ଆଧୁନିକ କରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ପାକିସ୍ତାନ ଏଥିପାଇଁ ଚୀନକୁ ଅନୁରୋଧ କରିଥିଲା । ଯାହାକୁ ଚୀନ ସହଯୋଗ କରିବାକୁ ଆଶ୍ୱସନା ଦେଇଛି । ପାକିସ୍ତାନରେ ଚୀନ କର୍ମଚାରୀଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିବାରୁ ସେମାନଙ୍କର ସୁରକ୍ଷା ପାଇଁ ଚୀନ ପାକିସ୍ତାନକୁ ଅନୁରୋଧ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.