Below header

ବାଦାମ ଓ ମଟନ୍‌ ଭିତରେ ଲୁଚାଇ ଚାଲାଣ କରୁଥିଲେ ବିଦେଶୀ ନୋଟ୍‌, ଏହି କାରିନାମା କରି ଧରାପଡ଼ିଲେ ଯୁବକ

କୌଣସି ଜିନିଷକୁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଲୁଚାଇ ନେବାକୁ ଚୋରାଚାଲାଣ କୁହାଯାଏ। ପ୍ରତିଦିନ ଗଣମାଧ୍ୟମରେ ଅନେକ ଚୋରାଚାଲାଣର ଖବର ସାମ୍ନାକୁ ଆସୁଛି। କିନ୍ତୁ ଆଜି ଏକ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା କେହି କେବେ ଚିନ୍ତା ବି କରିନଥିବେ। ଜଣେ ବ୍ୟକ୍ତି ୪୫ ଲକ୍ଷ ଟଙ୍କାର ବିଦେଶୀ ନୋଟ୍‌ ନେଇ ଦୁବାଇ ଯାଉଥିବା ବେଳେ ଇନ୍ଦିରାଗାନ୍ଧୀ ବିମାନବନ୍ଦରରୁ ଧରାପଡ଼ିଛି।

ଯୁବକ ଉପରେ ସନ୍ଦେହ ହେବାରୁ ଏୟାରପୋର୍ଟ ସୁରକ୍ଷା ବଳ ତାଙ୍କୁ ଯାଞ୍ଚ କରିଥିଲା। ଯାଞ୍ଚ ପରେ ତାଙ୍କ ନିକଟରୁ ବାଦାମ ଓ ମାଂସ ତରକାରୀ ଭିତରୁ ବିଦେଶୀ ନୋଟ୍‌ ଜବତ ହୋଇଛି।

आरोपी गिरफ्तार

ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟା ୬.୩୦ରେ ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୩ରେ ଥିବା ସୁରକ୍ଷାବଳ ଏକ ଯାତ୍ରୀକୁ ସନ୍ଦେହ ହେବାରୁ ଅଟକ ରଖିଥିଲେ। ପଚରାଉଚରା ପରେ ଯୁବକ ନିଜ ନାଁ ମୁରାଦ ଆଲମ ବୋଲି କହିଥିଲା। ସେ ରାତି ୮.୨୫ର ଏୟାର ଇଣ୍ଡିଆର ବିମାନରେ ଦୁବାଇ ଯାଉଥିଲା। ତାଙ୍କ ଉପରେ ସନ୍ଦେହ ହେବାରୁ ପୋଲିସ ତାଙ୍କ ବ୍ୟାଗ୍‌ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଏକ୍ସରେ ସ୍କାନରରେ ତାଙ୍କ ବ୍ୟାଗ୍‌ରେ କିଛି ସନ୍ଦିଗ୍ଧ ଜିନିଷ ଥିବା ଦେଖିବାକୁ ମିଳିଥିଲା। ପରେ ସୁରକ୍ଷା ବଳ ଯାଞ୍ଚ କରିବାରୁ ତାଙ୍କ ବ୍ୟାଗ୍‌ରୁ ବିପୁଳ ପରିମାଣର ବିଦେଶୀ ନୋଟ୍‌ ଜବତ ହୋଇଥିଲା।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସମସ୍ତ ବିଦେଶୀ ନୋଟ୍‌ ମଟନ୍‌ ପିସ୍‌ ମଧ୍ୟରୁ, ବାଦାମ ଚୋପାରୁ, ବିସ୍କୁଟ ପ୍ୟାକେଟ୍‌ରୁ ଓ ଅନ୍ୟ ଖାଦ୍ୟ ପଦାର୍ଥ ଭିତରେ ରଖାଯାଇଥିଲା।

ପୋଲିସ ଏହାକୁ ଏକ ନିଆରା ସ୍ମଗଲିଂ ତଥା ଚୋରାଚାଲାଣ ବୋଲି କହିଛି। ତାଙ୍କ ଠାରୁ ମୋଟ ୪୫ ଲକ୍ଷ ଟଙ୍କାର ବିଦେଶୀ ନୋଟ୍‌ ଜବତ କରାଯାଇ କଷ୍ଟମ୍‌ ଅଧିକାରୀଙ୍କୁ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.