ଭାଲେଣ୍ଟାଇନ ୱିକରେ ଆଜିହିଁ ଘରେ ଅତି ସହଜରେ ପ୍ରସ୍ତୁତ କରନ୍ତି ନେପାଳର ପ୍ରସିଦ୍ଧ ଖାଦ୍ୟ ଚୁକୌନି
![chukouni](https://knewsodisha.com/wp-content/uploads/2020/02/chukouni.jpg)
ଆବଶ୍ୟକ ସାମଗ୍ରୀ
- ଦୁଇଟି ସିଝା ଆଳୁ
- ପିଆଜ ଗୋଟିଏ
- ଗୋଟିଏ କାକୁଡି
- ଦୁଇ କପ ଦହି
- କଞ୍ଚାଲଙ୍କା ଦୁଇଟି
- ଅଧା ଚାମଚ ମେଥି
- ହଳଦୀଗୁଣ୍ଡ
- ଧନିଆପତ୍ର
- ଲେମ୍ବୁ ୧ଟି
- ସୋରିଷ ତେଲ ଅଳ୍ପ
- ଭଜା ରାଷିଗୁଣ୍ଡ ଅଳ୍ପ
- ସ୍ୱାଦ ଅନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ
ଚୁକୌନି ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ସିଝା ଆଳୁ, କାକୁଡି, କଞ୍ଚାଲଙ୍କା, ପିଆଜ, ରାଷିଗୁଣ୍ଡ, ଲୁଣ, ଲେମ୍ବୁ ରସ ଓ ଦହି ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ ଏକ ପ୍ୟାନ ଗରମ କରି ସେଥିରେ ସୋରିଷତେଲ ପକାଇ ମେଥିଦାନାକୁ ଅଳ୍ପ ଭାଜନ୍ତୁ । ତାପରେ ସେଥିରେ ହଳଦୀଗୁଣ୍ଡ ପକାଇ ତଡକା ଲଗାନ୍ତୁ । ତାପରେ ଏହି ତଡକାକୁ ପୂର୍ବ ପ୍ରସ୍ତୁତ ମିଶ୍ରଣରେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ୱାଦିଷ୍ଟ ଖାଦ୍ୟ ଚୁକୌନି । ଏହାକୁ ଆପଣ ଭାତ କିମ୍ବା ରୁଟି ସହିତ ମଧ୍ୟ ଖାଇପାରିବେ ।