ନାଗରିକତା ସଂଶୋଧନ ଆଇନକୁ ଜୋରଦାର ବିରୋଧ, ଆଇନ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ବାମମୋର୍ଚ୍ଚାର ବନ୍ଦ ଡାକରା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ଜୋରଦାର ବିରୋଧ। ଆଇନ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ବାମମୋର୍ଚ୍ଚାର ବନ୍ଦ ଡାକରା। ରାଲି ଓ ବିକ୍ଷୋଭକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ରାସ୍ତାର ଗତିପଥକୁ ବଦଳାଯାଇଛି। ଜାମିଆ ଓ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ଆଇନ ପ୍ରତିବାଦରେ ପ୍ରବଳ ହିଂସା ହୋଇଥିବାରୁ ଆଜିର ରାଲି ପାଇଁ ବ୍ୟାପକ ସତର୍କତା ଗ୍ରହଣ କରାଯାଇଛି।

mamataସିଏଏ ପ୍ରତିବାଦରେ ପଶ୍ଚିମବଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃତୀୟ ବିଶାଳ ରାଲି ଅନୁଷ୍ଠିତ ହେବ। ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି ମମତା। ଦେଶର ଶାନ୍ତି ବଜାୟ ରଖିବା କେନ୍ଦ୍ରର କାର୍ଯ୍ୟ। କିନ୍ତୁ କେନ୍ଦ୍ର ସରକାର ଦେଶରେ ନିଆଁ ଲଗାଉଛନ୍ତି ବୋଲି କହିଛନ୍ତି ମମତା। ମୁମ୍ବାଇରେ ବିଭିନ୍ନ ଛାତ୍ରସଂଘର ବିଶାଳ ବିକ୍ଷୋଭ ପ୍ରତିବାଦ ରହିଛି। ଅଗଷ୍ଟ କ୍ରାନ୍ତି ମୈଦାନରେ ଏକତ୍ରିତ ହେବେ ହଜାର ହଜାର ଛାତ୍ର। ରାଲିରେ ଯେପରି ହିଂସା ନଉପୁଜେ ସେଥିପାଇଁ ମୁମ୍ବାଇ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବିକ୍ଷୋଭ ସଭାକୁ ଡ୍ରୋନ ଓ ସିସିଟିଭି ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯିବ। ବାମମୋର୍ଚ୍ଚାର ବନ୍ଦ ପାଇଁ କର୍ଣ୍ଣାଟକରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବେଙ୍ଗଳୁରୁରେ ସକାଳ ୬ଟାରୁ ତିନିଦିନ ପାଇଁ ୧୪୪ ଧାରା ଲାଗୁ କରାଯାଇଛି। ସେହିପରି ଦକ୍ଷିଣ କନ୍ନଡ ଜିଲ୍ଲାରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି। ବିହାର, ଉତ୍ତର ପ୍ରଦେଶ, ଆସାମରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.