Below header

ଜେଲ୍ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, କଏଦୀଙ୍କ ରକ୍ତରେ ହୋଲି ଖେଳିଲେ ସାଥି କଏଦୀ . . ୫୭ ଜଣଙ୍କ ମୃତ୍ୟୁ

ଜେଲ ଭିତରେ ନରସଂହାର । କଏଦୀଙ୍କ ରକ୍ତରେ ହୋଲି ଖେଳିଲେ ସାଥି କଏଦୀ । ଆଉ ଏହି ନାରକୀୟକାଣ୍ଡରେ ଯାଇଛି ୫୭ ଜଣ କଏଦୀଙ୍କ ଜୀବନ । ଏହି ଭୟଙ୍କର ଗ୍ୟାଙ୍ଗ୍ ୱାର ହୋଇଛି ବ୍ରାଜିଲର ଜେଲରେ ।

ସୂଚନା ମୂତାବକ, ଜେଲର ଏକ ସେଲରେ ନିଆଁ ଲଗାଇଦେଇଥିଲେ କମାଣ୍ଡୋ କ୍ଲାସ ଏ ଗ୍ୟାଙ୍ଗର ସଦସ୍ୟ । ଯେଉଁଥିରେ ବିରୋଧୀ ଗ୍ୟାଙ୍ଗ୍ ଅର୍ଥାତ୍ ରେଡ କମାଣ୍ଡୋ ଗ୍ୟାଙ୍ଗ୍ ବନ୍ଦ ଥିଲେ । ତେବେ ଅଧିକାଂଶ ଲୋକଙ୍କର ମୃତ୍ୟୁ ନିଆଁରେ ପୋଡି ହୋଇଛି । ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି । ଯେଉଁଥିରେ ଦେଖିବାକୁ ମିଳିଛି ଘଟଣା ଘଟାଇ ଜେଲ୍ ଭିତରେ ଉତ୍ସବ ପାଳନ କରୁଛନ୍ତି । ମରିଯାଇଥିବା ଲୋକଙ୍କର ମୁଣ୍ଡ ତଳେ ପଡିଛି ଆଉ ସେମାନେ ଏହାକୁ ଗୋଡ ମାରି ଫୁଟବଲ୍ ପରି ଖେଳୁଛନ୍ତି ।

ଏହା ପୂର୍ବରୁ ମଧ୍ୟ ମେ’ ମାସରେ ଜେଲ୍ ମଧ୍ୟରେ ହୋଇଥିବା ଗ୍ୟାଙ୍ଗ୍ ୱାରରେ ୫୫ ଲୋକଙ୍କର ମୃତ୍ୟୁ ହୋଇଥିଲା । ସେହିପରି ୨୦୧୭ରେ ଅମଜେନରେ ଜେଲରେ ୧୫୦ କଏଦୀ ପ୍ରାଣ ହରାଇଥିଲେ । ସୂଚନାଯୋଗ୍ୟ ବ୍ରାଜିଲର ଜେଲରେ ପ୍ରାୟ ୭୫୦୦୦୦ କଏଦୀ ବନ୍ଦ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.