Below header

ଅତିକ ଅହମଦ କବର ଉପରେ ତ୍ରିରଙ୍ଗା ପକାଇ ଦଳରୁ ବିଦା ହେଲେ କଂଗ୍ରେସ ନେତା, ମାମଲା ରୁଜୁ

ଗ୍ୟାଙ୍ଗଷ୍ଟର ଅତିକ ଅହମଦ କବର ଉପରେ ତ୍ରିରଙ୍ଗା ପକାଇ ଦଳରୁ ବିଦା ହେଲେ କଂଗ୍ରେସ ନେତା ରାଜକୁମାର ସିଂହ । ଭିଡିଓ ଭାଇରଲ ହେବା ପରେ ତାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଳମ୍ବିତ କରାଯାଇଛି। ତ୍ରିରଙ୍ଗାକୁ ଅପମାନିତ କରିଥିବାରୁ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି।

ପ୍ରୟାଗରାଜରେ ଅତିକ ଅହମଦ କବର ଉପରେ ତ୍ରିରଙ୍ଗା ପକାଇ ପୁଣି ବିବାଦରେ ଫସିଛନ୍ତି ଜଣେ କଂଗ୍ରେସ ନେତା। ସେ କବର ଉପରେ ତ୍ରିରଙ୍ଗା ପକାଇବା ସହ ଏହାକୁ ସାଲ୍ୟୁଟ ମଧ୍ୟ କରିଛନ୍ତି। ଏହାର ଭିଡିଓ ଭାଇରଲ ହେବା ପରେ କଂଗ୍ରେସ ନେତା ରାଜ କୁମାର ସିଂହଙ୍କୁ ୬ ବର୍ଷ ପାଇଁ ଦଳରୁ ନିଳମ୍ବିତ କରାଯାଇଛି। ତ୍ରିରଙ୍ଗାକୁ ଅପମାନିତ କରିଥିବାରୁ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି। ପୋଲିସ ଏହି ମାମଲାରେ ତାଙ୍କୁ ଅଟକ ରଖିଛି ।

ଭାଇରଲ ହେଊଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଉତ୍ତରପ୍ରଦେଶର ପ୍ରୟାଗରାଜ ସ୍ଥିତ କବରସ୍ଥାନରେ ରାଜୁ ପହଞ୍ଚିଥିଲେ। ତାଙ୍କ ହାତରେ ଗୋଟିଏ ତ୍ରିରଙ୍ଗା ରହିଥିଲା। ସେ ଅତିକଙ୍କ କବର ପାଖକୁ ଯିବା ସହ ତାଙ୍କୁ ସହିଦର ଆଖ୍ୟା ଦେଇଥିଲେ। ଏଥିସହ ତାଙ୍କ କବରରେ ତ୍ରିରଙ୍ଗା ଘୋଡ଼ାଇ ସାଲ୍ୟୁଟ ମାରିଥିଲେ।

ତେବେ ଏହାକୁ ନେଇ କଂଗ୍ରେସ କହିଛି କି, ଏହା ତାଙ୍କ ବ୍ୟକ୍ତିଗତ ବୟାନ । ଏହା ସହିତ ପାର୍ଟିର କୌଣସି ସଂପର୍କ ନାହିଁ । ଆଗାମୀ ପୌର ନିର୍ବାଚନ ପାଇଁ କଂଗ୍ରେସର ଆଜାଦ ଛକ ୱାର୍ଡ ନଂ ୪୩ର ପ୍ରାର୍ଥୀ ରାଜ କୁମାର ସିଂହଙ୍କ ୬ ବର୍ଷ ପାଇଁ ନିଳମ୍ବିତ କରାଯାଇଥିଲା । ଭିଡିଓ ଭାଇରଲ ପରେ ପୋଲିସ ତାଙ୍କୁ ଅଟକ ରଖି ତାଙ୍କ ନାଁରେ ଏଫଆଇଆର ରୁଜୁ କରିଛି ।

ରାଜକୁମାର ଆହୁରି ବି ଅଭିଯୋଗ କରିଛନ୍ତି ଯେ, ଯୋଗୀ ସରକାର ଅତିକ୍‌ ଅହମ୍ମଦଙ୍କର ହତ୍ୟା କରାଇଛନ୍ତି। ସିଏମ୍‌ ଯୋଗୀଙ୍କୁ ଏହି କାରଣରୁ ନିଜ ପଦରୁ ଇସ୍ତଫା ଦେବା ଉଚିତ୍‌। ଏପରି କି, ସେ ପ୍ରଶ୍ନ ଉଠାଇଛନ୍ତି କି, ଯଦି ମୁଲାୟମ ସିଂ ଯାଦବଙ୍କୁ ପଦ୍ମ ବିଭୂଷଣ ମିଳିପାରୁଛି, ତା’ ହେଲେ ଅତିକ୍‌ ଅହମ୍ମଦଙ୍କୁ କାହିଁକି ଭାରତ ରତ୍ନ ମିଳିବା ଉଚିତ୍‌ ନୁହେଁ।

ସୂଚନାଯୋଗ୍ୟ, ଏପ୍ରିଲ ୧୫ରେ ଅତିକ ଓ ଅଶରଫ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ପ୍ରୟାଗରାଜର ଗୋଟିଏ ହସ୍ପିଟାଲକୁ ଚେକଅପ ପାଇଁ ଯାଉଥିବା ସମୟରେ ସାମ୍ବାଦିକ ବେଶରେ ୩ ଜଣ ଯୁବକ ସେମାନଙ୍କ ପାଖରେ ପହଞ୍ଚିବା ସହ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ଉଭୟଙ୍କୁ ହତ୍ୟା କରିଥିଲେ। ଅତିକ ଓ ଅଶରଫଙ୍କୁ କସାରି ମଜାରି କବରସ୍ଥାନରେ କବର ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.