Below header

#MeToo ଜାଲରେ ଓଡ଼ିଆ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ନାଁ ଆସିବା ପରେ ମୁହଁ ଖୋଲିଛନ୍ତି ଝିଅ ନନ୍ଦିତା ଦାସ

ମୁମ୍ବାଇ(କେନ୍ଯୁଜ୍) : #MeToo ଜାଲରେ ପ୍ରଖ୍ୟାତ ଓଡ଼ିଆ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ନାଁ ଆସିବା ପରେ ମୁହଁ ଖୋଲିଛନ୍ତି ତାଙ୍କ ଝିଅ ନନ୍ଦିତା ଦାସ । ଅଭିନେତ୍ରୀ ନନ୍ଦିତା ଦାସ ନିଜ ଫେସ୍‌ବୁକ୍‌ରେ ପୋଷ୍ଟ କରି କହିଛନ୍ତି, ମହିଳାଙ୍କ କାନ୍ଧରେ କାନ୍ଧ ମିଶାଇ ସେ ଛିଡ଼ା ହେବେ । ମହିଳାଙ୍କ ସହ ଦୁର୍ବ୍ୟବହାର ଓ ଯୌନ ଶୋଷଣ ପ୍ରତିବାଦରେ ସମସ୍ତେ ଆଗକୁ ଆସିବା ଆବଶ୍ୟକ । କୌଣସି ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରିବା ପୂର୍ବରୁ ଜଣେ ମହିଳା ନିଜର ଅଭିଯୋଗ ସଂପର୍କରେ ନିଶ୍ଚିତ ହେବା ଆବଶ୍ୟକ ବୋଲି କହିଛନ୍ତି ନନ୍ଦିତା ।

nandita dasବାପାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ମଧ୍ୟ ନିଜର ସ୍ୱର ଉଠାଇବା ବନ୍ଦ କରିବେ ନାହିଁ ବୋଲି କହିଛନ୍ତି । ଗତକାଲି ଜଣାଶୁଣା ଚିତ୍ରଶିଳ୍ପୀ ପଦ୍ମ ବିଭୂଷଣ ଯତୀନ ଦାସଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ ପରିବେଶବିତ ନିଶା ଭୋରା ।

Jatin-Das-Nisha-Bora ତାଙ୍କ ସହ ୨୦୦୪ରେ ହୋଇଥିବା ଘଟଣାକୁ ମି-ଠୁ ମୁଭମେଣ୍ଟରେ କହିଥିଲେ । କେମିତି ଯତୀନ ଦାଶ ତାଙ୍କୁ ଜୋର ଜବରଦସ୍ତି ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲେ, ତାର ଖୁଲାସା କରିଥିଲେ ନିଶା । ଏକ ଲମ୍ବା ଚଉଡ଼ା ମେସେଜ୍‌ ଟ୍ଵିଟ୍‌ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.