ବହୁତ ଜରୁରୀ ସରକାରଙ୍କ ଦ୍ବାରା ଲାଗୁ କରିଥିବା ଏହି ଆପ୍, ମୋବାଇଲରେ ଶୀଘ୍ର କରନ୍ତୁ ଇନଷ୍ଟଲ

ଡ଼ିଜିଟାଲ ଇଣ୍ଡିଆ ମିସନକୁ ପ୍ରୟାସ ଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୟ ବ୍ଯବଧାନରେ ଅନେକ ପ୍ରକାରର ମୋବାଇଲ ଆପ ଲଞ୍ଚ କରୁଛନ୍ତି। ଯାହା ଟଙ୍କା ନେଣଦେଣ ତଥା ଅନ୍ଯନ୍ଯା ସମସ୍ତ ଦୈନିକ ବ୍ଯବହାର୍ଯ୍ଯ କାର୍ଯ୍ଯକୁ ସହଜ ଏବଂ ସୁବିଧା କରାଇଥାଏ। ଆସନ୍ତୁ ଜାଣିବା ଏପରି କିଛି ସରକାରୀ ଆପ ବିଷୟରେ ଯାହା ଆପଣଙ୍କ ପାଇଁ ନିହାତି ଜରୁରୀ ଅଟେ।

ଉମଙ୍ଗ

ଉମଙ୍ଗ ଅର୍ଥତ୍ ୟୁନାଇଟେଡ଼୍ ମୋବାଇଲ ଆପ୍ଲିକେସନ୍ ଫର ନ୍ଯୁ ଏଜ୍ ଗର୍ଭନେନ୍ସ । ଏହି ଆପରେ ଆପଣ ସମସ୍ତ ସରକାରୀ ବ୍ଯବସ୍ଥା ତଥା ତାହା ସହ ଜଡ଼ିତ ସମସ୍ତ ପ୍ରକାରର ସୂଚନା ପାଇପାରିବେ। ଏଥିରେ ଆପଣଙ୍କୁ ଆଧାର, ଡ଼ିଜି ଲକର ଏବଂ ପେ ଗ୍ରାବ୍ ଭଳି ଅନେକ ସେବାର ସୁବିଧା ଉଠାଇପାରିବେ। ମିନିଷ୍ଟ୍ରି ଅଫ୍ ଇଲେକ୍ଟଟ୍ରୋନିକ୍ସ ଏଣ୍ଡ ଇନଫରମେସନ୍ ଟେକ୍ନୋଲୋଜି ଏବଂ ନ୍ଯାସନାଲ ଇ-ଗର୍ଭନେନ୍ସ ଡ଼ିଭିଜନ ଏହାକୁ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି।

bhim

ଭିମ୍

ଭାରତ ଇଣ୍ଟରଫେସ୍ ଫର ମନି (ଭିମ୍) ଆପ୍ ୟୁନିଫାଇଣ୍ଡ ପେମେଣ୍ଟ ଇଣ୍ଟରଫେନ୍ସ (ୟୁପିଆଇ) ଉପରେ ଆଧାରିତ। ଏହାକୁ ଡ଼ିଜିଟାଲ ନେଣଦେଣ ପାଇଁ ବ୍ଯବହାର କରାଯାଇଥାଏ। ଏହାକୁ ବ୍ଯବହାର କରି ଗ୍ରାହକ କାହାକୁ ମଧ୍ୟ ଟଙ୍କା ନେଣଦେଣ କରିପାରିବେ। ବର୍ତ୍ତମାନ ସମସ୍ତ ପ୍ରମୁଖ ବ୍ଯାଙ୍କ ୟୁପିଆଇ ସହ ଜଡ଼ିତ ହେବା ସହ ଟଙ୍କା ନେଣଦେଣକୁ ବହୁ ସହଜ ଏବଂ ସୁବିଧା କରାଇଛନ୍ତି।

ଏମ୍ କବଚ

ଏହି ଆପର ନାମ ଭଳି ରହିଛି ଏହାର କାମ । ଏହା ଆପଣଙ୍କ ଆଣ୍ଡେ୍ରଏଡ଼ ମୋବାଇଲରେ ହେଉଥିବା ସମସ୍ତ ପ୍ରକାର ଅସୁବିଧାର ସମାଧାନ ଅଟେ। ଆପଣ ଏହା ଜରୀଆରେ ଅଜଣା ନମ୍ବରରୁ ଆସୁଥିବା ଏସଏମଏସ୍ ଏବଂ ଫୋନ କଲକୁ ବ୍ଲକ କରିପାରିବେ।

ଆଇଆରସିଟିସି

ଏହା ଭାରତ ସରକାରଙ୍କ ଦ୍ବାରା ପ୍ରଚଳିତ ବହୁ ଅଧିକ ବ୍ଯବହାର ହେଉଥିବା ଆପ ମାନଙ୍କ ମଧ୍ୟରେ ଗଣାଯାଇଥାଏ। ଆଇଆରସିଟିସିକୁ ଇଣ୍ଡିଆନ ରେଲୱେ ପ୍ରସ୍ତୁତ କରିଥିବା ବେଳେ ଏହା ଦ୍ବାରା ଆପଣ ରେଳ ଟିକେଟ ବୁକିଂ ତଥା ରେଲୱେ ସମ୍ବନ୍ଧୀୟ ସମସ୍ତ ସୁବିଧା ଉଠାଇ ପାରିବେ।

E-Pathshala

ଇ-ପାଠଶାଳା

ଭାରତର ଶିକ୍ଷା କ୍ଷେତ୍ରକୁ ମଜବୁତ କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା ଏହି ଆପ। ଏହା ଜରୀଆରେ ଆପଣ ସମସ୍ତ ପ୍ରକାରର ଇ-ବୁକ୍ସ ବହୁ ସହଜରେ ପାଇପାରିବେ। ଏପରିକି ନିଜ ଡ଼ିଭାଇସର ଷ୍ଟୋରେଜ ହିସାବରେ ଆପଣ ଏଥିରେ ନିଜ ଇଛା ମୁତାବକ ଇ-ବୁକ୍ ଡ଼ାଉନଲୋଡ଼ କରି ମଧ୍ୟ ରଖିପାରିବେ।

ଏମ-ଆଧାର

ଭାରତ ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ଏହା ଅତ୍ଯନ୍ତ ଜରୁରୀ ଆପ ମାନଙ୍କ ମଧ୍ୟରେ ଗୋଟିଏ । ଏହା ଦ୍ବାରା ଗ୍ରାହକଙ୍କୁ  ଇ-କେୱାସି ସମ୍ବନ୍ଧୀୟ ସମସ୍ତ ପ୍ରକାରର ତଥ୍ଯ ଦେଇଥାଏ। ଖାଲି ସେତିକି ନୁହଁ ଏହା ଦ୍ବାରା ଗ୍ରାହକ ସମସ୍ତ ମୂହୂର୍ତ୍ତରେ ନିଜ ସହ ଡ଼ିଜିଟାଲ ଆଧାର କାର୍ଡ଼ ନିଜ ପାଖରେ ରଖିପାରିଥାନ୍ତି।

Indian-Police

ଇଣ୍ଡିଆନ ପୋଲିସ୍

ସୁରକ୍ଷା ଏବଂ ସାହାଯ୍ଯ ପାଇଁ ଭାରତ ସରକାରଙ୍କ ଦ୍ବାରା ଏହି ଆପକୁ ପ୍ରସ୍ତୁତ କରାଯାଇଛି। ଏହା ଦ୍ବାରା ଆପଣ ନିକଟସ୍ଥ ପୋଲିସ ଷ୍ଟେସନ ସହ ତାହା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇ ପାରିବେ। ଆପରେ ସମସ୍ତ ଜିଲ୍ଲାର କେଣ୍ଟୋଲ ରୁମ ତଥା ଏସିପିଙ୍କ କାର୍ଯ୍ଯଳୟର ଫୋନ ନମ୍ବର ମଧ୍ୟ ଦିଆଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.