Below header

ମୃତ୍ୟୁର ତାଣ୍ଡବ କରୁଛି କାରୋନା, ଦେଶରେ ଦୁଇ ହଜାର ଏବଂ ବିଶ୍ୱରେ ୧୦ ଲକ୍ଷରୁ ଅଧିକ ଟପିଲା କାରୋନା ଆକ୍ରାନ୍ତଙ୍କ ସଂଖ୍ୟା

କାରୋନା ଭାଇରସର ପ୍ରକୋପ ଦେଶରେ ଲଗାତାର ବଢ଼ିବାରେ ଲାଗିଛି। ଏହି ମହାମାରୀ ଭାଇରସ ଧୀରେ ଧୀରେ ତାର କାୟା ବିସ୍ତାର କରିଚାଲିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଖ୍ୟା ଅନୁଯାୟୀ କାଲି ଠାରୁ ଆଜି ଭିତରେ ୩୨୮ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ୧୨ଟି ନୂଆ ମୃତ୍ୟୁ ମାମଲା ରିପୋର୍ଟ ହୋଇଛି। ଦେଶରେ କାରୋନା ମୃତ୍ୟୁ ସଂଖ୍ୟା ୨୦୬୯ରେ ପହଁଚିଛି। ସେହିପରି କାରୋନା ଭୂତାଣୁ ଦ୍ୱାରା ଦେଶରେ ମୋଟ ୫୩ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଭଲ ଖବର ହେଉଛି ଆକ୍ରାନ୍ତଙ୍କ ମଧ୍ୟରୁ ଏବେ ପର୍ଯ୍ୟନ୍ତ ୧୫୫ ଜଣ ଭଲ ହୋଇସାରିଛନ୍ତି।

ସେହିପରି ବିଶ୍ୱରେ କରୋନା ସଂକ୍ରମଣ ଚିନ୍ତାଜନକ ପରିସ୍ଥିତିରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୧୦ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ଅଧିକ ହୋଇଥିବା ବେଳେ ଶୁକ୍ରବାର ସକାଳ ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୨ ହଜାର ଟପିଛି । ଏଥି ସହିତ ପ୍ରାୟ ଦୁଇ ଲକ୍ଷ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପୂର୍ବରୁ ଆମେରିକା, ଚୀନ, ଇଟାଲୀ, ସ୍ପେନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ଥିବା ବେଳେ ଏବେ ଜର୍ମାନୀ ଏହାକୁ ଟପି ଯାଇଛି । ଜର୍ମାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୮୪ ହଜାର ୭୮୮ ଛୁଇଁଥିବା ଏକ ରିପୋର୍ଟରୁ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.