Below header

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଟପିଲା, ଏଯାଏ ଗଲାଣି ୫୬ଟି ମୁଣ୍ଡ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବଢିବାରେ ଲାଗିଛି। ଆକ୍ରାନ୍ତ ସଂଖ୍ୟା ୨୦୮୮ରେ ପହଁଚିଛି। ସେହିପରି ମୃତ୍ୟୁ ସଂଖ୍ୟା ବଢି ୫୬ରେ ପହଞ୍ଚିଛି। ତେବେ ବର୍ତ୍ତମାନ ୧ହଜାର ୮୬୦ ଜଣ ଚିକିତ୍ସାଧୀନ ଅଛନ୍ତି। ୧୫୫ ଜଣ ଆରୋଗ୍ୟ ହୋଇ ସାରିଛନ୍ତି। ମହାରାଷ୍ଟ୍ରର ସ୍ଥିତି ସବୁଠୁ ଗମ୍ଭୀର ରହିଛି।

deathମହାରାଷ୍ଟ୍ରରେ ୩୩୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଦ୍ୱିତୀୟରେ ରହିଛି କେରଳ। କେରଳରେ ୨୬୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି। ତୃତୀୟରେ ରହିଛି ତାମିଲନାଡ଼ୁ। ତାମିଲନାଡ଼ୁରେ ୨୩୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଏକ ନିର୍ଦ୍ଦିଷ୍ଟ କଲୋନୀକୁ ସିଲ୍‌ କରାଯିବା ସହ ସମସ୍ତଙ୍କ ନମୂନା ସଂଗ୍ରହ କରାଯାଉଛି ବୋଲି ସ୍ୱାସ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.