Below header

ଚେର୍ନୋବିଲ୍‌ ଦୁର୍ଘଟଣାଠାରୁ ବି ଭୟଙ୍କର କରୋନା, ଗୋଟିଏ ରାତିରେ ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ୩୦ ପ୍ରତିଶତ

ନୂଆଦିଲ୍ଲୀ : କରୋନା ଭାଇରସକୁ ଚେର୍ନୋବିଲ ଦୁର୍ଘଟଣା ସହ ତୁଳନା କଲା ଆମେରିକା ବୈଦେଶିକ ବିଭାଗ । ଚେର୍ନୋବିଲ୍‌ ଦୁର୍ଘଟଣା ପ୍ରଭାବ ଏକ ନିର୍ଦ୍ଦିଷ୍ଟ ଅଂଚଳରେ ସୀମିତ ଥିଲା । କିନ୍ତୁ କରୋନା ପ୍ରଭାବ ସାରା ବିଶ୍ୱ ଉପରେ ପଡୁଛି। ଗୋଟିଏ ରାତିରେ ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ପ୍ରତିଶତ ବଢୁଛି। ଚୀନ ସହ ଋଷ ଓ ଅନ୍ୟ କିଛି ଦେଶର ସୀମା ରହିଛି। ତେଣୁ ତାରା ପ୍ରଭାବ ପଡିବା ଆଶାଙ୍କା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଆରମ୍ଭରୁ ହିଁ ଚୀନ ମିଛ କହୁଥିବା ଆମେରିକା ଅଭିଯୋଗ କରିଛି। ଡିସେମ୍ବର ୧ରୁ କରୋନା ଭାଇରସ କଥା ଜଣା ପଡିଲାଣି। କିନ୍ତୁ ଡିସେମ୍ବର ୩୧ରେ ଯାଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଅବଗତ କରାଇଲା ଚୀନ। ଏହାସହ କରୋନା ଭାଇରସର ଉତ୍ପତିକୁ ନେଇ ମଧ୍ୟ ଚୀନ କିଛି ସ୍ପଷ୍ଟ କରୁ ନାହିଁ। ଯାହା ଏଯାଏ ରହସ୍ୟ ହୋଇ ରହିଛି। ପରିସ୍ଥିତିର ଭୟାବହତ ଦେଖି ଆମେରିକା ତାର ନାଗରିକଙ୍କୁ ଚୀନ ଯିବାକୁ ମନା କରି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.