ସଂକ୍ରମଣକୁ ରୋକିବା ପାଇଁ ଲୋକମାନଙ୍କ ସହ ଏପରି ନିଷ୍ଠୁରତା କରୁଛନ୍ତି ଚୀନ ସରକାର, ସୋସିଆଲ ମିଡିଆରେ ଭାଇରଲ ହେଉଛି ଭିଡିଓ

ଚୀନରେ କରୋନା ଭାଇରସକୁ ରୋକିବା ପାଇଁ ସରକାର ଏବେ ଆକ୍ରମଣାତ୍ମକ ପନ୍ଥା ଆପଣେଇଛନ୍ତି । ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏକ ଭିଡିଓରେ ସରକାରୀ କର୍ମଚାରୀମାନେ ଘରେପଶି ଲୋକଙ୍କୁ ଜୋର ଜବରଦସ୍ତ ହସ୍ପିଟାଲ ନେଇଯାଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ଲୋକଙ୍କୁ ଘର ଭିତରୁ ଘୋଷାଡ଼ି ଘୋଷାଡ଼ି ନେଉଥିବା ମଧ୍ୟ ଦେଖିବାକୁ ମିଳିଛି ।

Image result for संक्रमण रोकने के नाम पर क्रूरता कर रही चीन सरकार, लोगों को घसीटकर घर से निकाला जा रहा

ସୂଚନା ଅନୁଯାୟୀ କରୋନା ଭାଇରସ କାରଣରୁ ଚୀନରେ ୩୦ରୁ ଅଧିକ ସହରକୁ ଲକଡାଉନ କରିଦିଆଯାଇଛି । ପ୍ରାୟ ୬ କୋଟି ଲୋକଙ୍କ ଚଳାଚଳ ଉପରେ ରୋକ ଲଗାଇ ଦିଆଯାଇଛି । ତେବେ ଚୀନ ସରକାର କରୋନା ଭାଇରସ ସଂକ୍ରମିତଙ୍କୁ ଏକାଠି କରି ବାକି ଲୋକମାନଙ୍କ ଠାରୁ ଅଲଗା କରିଦେବାପାଇଁ ପୋଲିସମାନଙ୍କୁ ଆଦେଶ ଦେଇଛନ୍ତି । ତେବେ ଏହି ଭିଡ଼ିଓରେ କର୍ମଚାରିମାନେ ଘରେ ପଶି ଲୋକମାନଙ୍କୁ ଯାଞ୍ଚ ପାଇଁ ଘୋଷାଡ଼ି ଘୋଷାଡ଼ି ନେଉଥିବା ଦେଖିବାକୁ ମିଳିଛି ।

ଏହି ମହାମାରୀ ସହ ଲଢ଼ିବା ପାଇଁ ଚୀନର ଉପପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଆହ୍ୱାନ ଦେଇଥିଲେ ଯାହାପରେ ଏହି ଭିଡିଓ ସାମ୍ନାକୁ ଆସିଛି । କୁହାଯାଉଛି ଯେ ଏହି ଭିଡିଓ ଚୀନର ସବୁଠାରୁ ଅଧିକ ପ୍ରଭାବିତ ସହର ବୁହାନର ଅଟେ ଯେଉଁଠି ପ୍ରାୟ ୧.୪କୋଟି ଲୋକ ବାସ କରନ୍ତି । ଭିଡିଓରେ କର୍ମଚାରୀ ମାନେ ଫେସମାସ୍କ ପିନ୍ଧି ଲୋକଙ୍କୁ ଟାଣି ବାହାର କରୁଥିବା ଦେଖିବାକୁ ମିଳିଛି ।

ବୁହାନର ଅଧିକାରୀ ସଂକ୍ରମଣକୁ ଚିହ୍ନଟ କରିବା ପାଇଁ ଘର ଘର ବୁଲି ଯାଞ୍ଚ କରୁଛନ୍ତି । ତେବେ ଏଠାରେ ଚାରି ପ୍ରକାର ଲୋକଙ୍କୁ କ୍ଵରେଣ୍ଟାଇନ ଷ୍ଟେସନ ଆଣିବା ପାଇଁ କୁହାଯାଇଛି । ପ୍ରଥମତଃ ଯେଉଁମାନଙ୍କ ଠାରେ କରୋନା ଭାଇରସ ଚିହ୍ନଟ କରାଯାଇଛି । ଦ୍ଵିତୀୟତଃ ଯେଉଁମାନେ ସନ୍ଦିଗ୍ଧରେ ଅଛନ୍ତି । ତୃତୀୟତଃ ଯେଉଁମାନେ ସଂକ୍ରମିତ ଲୋକଙ୍କ ସମ୍ପର୍କରେ ଆସିଛନ୍ତି ଏବଂ ଚତୁର୍ଥରେ ଯେଉଁମାନଙ୍କୁ ଜ୍ଵର ହୋଇଛି । ତେବେ ଚୀନରେ ଗତକାଲି ଜଣେ ୬୦ ବର୍ଷୀୟ ଆମେରିକୀୟଙ୍କ ମୃତ୍ୟୁ ଘଟିଛି । ଏହା ଚୀନରେ ପ୍ରଥମ ବିଦେଶୀ ନାଗରିକଙ୍କ ମୃତ୍ୟୁ ବୋଲି କୁହାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ୨୭ଟି ଦେଶରେ କରୋନା ଭାଇରସ ଚିହ୍ନଟ ହୋଇସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.