ବିଲ୍ଡିଂର ପାଇପ୍‌ରୁ ବି ବ୍ୟାପୁଛି କରୋନା ଭାଇରସ୍‌, ଭାରତୀୟ ବିମାନ ବନ୍ଦରରେ ହେଲା ୨ ଲକ୍ଷ ଲୋକଙ୍କ ସ୍କ୍ରିନିଂ

କରୋନା ଭାଇରସ୍‌ ସଂକ୍ରମଣ ଏବେ ଧୀରେ ଧୀରେ ବଢ଼ିବାକୁ ଲାଗିଛି। ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ର ସଂକ୍ରମଣ ଧୀରେ ଧୀରେ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଲାଣି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ କରୋନା ଭାଇରସ୍‌ର ପ୍ରଭାବ ଏବେ ଆହୁରି ବଢ଼ିବ। ଇତି ମଧ୍ୟରେ କରୋନାକୁ ନେଇ ଆଉ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି।

Image result for corona virus in china

ରିପୋର୍ଟ ମୁତାବକ ହଂକଂର ଏକ ଆପାର୍ଟମେଣ୍ଟର ପାଇପ୍‌ ମାଧ୍ୟମରେ ଲୋକମାନେ କରୋନାରେ ସଂକ୍ରମିତ ହେଉଛନ୍ତି। ଏନେଇ ଜଣାପଡ଼ିବା ପରେ ବିଲ୍ଡିଂରୁ ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ବାହାରକୁ ଅଣାଯାଇଛି। ଦୁଇଟି ଅଲଗା ଅଲଗା ଫ୍ଲୋରରେ କରୋନା ରୋଗୀ ଚିହ୍ନଟ ହେବା ପରେ ଆପାର୍ଟମେଣ୍ଟର ଅନ୍ୟ ଲୋକ ଏବେ ଚିନ୍ତାରେ ଅଛନ୍ତି।

Image result for corona virus in china

କୋଠାରେ ଏକ ସିଲ୍‌ ହୋଇନଥିବା ପାଇପ୍‌ ମିଳିବା ପରେ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ହୋଇଥିଲା। ବିଲ୍ଡିଂର ଜଣେ ଲୋକ ପୂର୍ବରୁ ହିଁ କରୋନାରେ ଆକ୍ରାନ୍ତ ଥିଲେ। ଏବେ ଏହି ଭାଇରସ୍‌ ଖୋଲା ପାଇପ୍‌ ଯୋଗୁ ବିଲ୍ଡିଂର ୧୦ ମହଲା ତଳେ ରହୁଥିବା ୬୨ ବର୍ଷୀୟ ମହିଳାଙ୍କୁ ମଧ୍ୟ ସଂକ୍ରମିତ କରିଛି। ଏହି ସିଲ୍‌ ହୋଇନଥିବା ପାଇପ୍‌ ମହିଳାଙ୍କ ଘରକୁ ସଂଯୋଗ କରୁଥିଲା। ଫଳରେ ପାଇପ୍‌ର ପାଣି ବ୍ୟବହାର କରି ସେ ସଂକ୍ରମିତ ହୋଇଥିବା ଜଣାଯାଇଛି। ଏହା ବ୍ୟତୀତ ଅନ୍ୟ ୪ ଜଣଙ୍କ ଠାରେ ମଧ୍ୟ କରୋନାର ଲକ୍ଷଣ ଦେଖିବାକୁ ମିଳିଛି।

Image result for corona virus in china

ସାରା ଦୁନିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ୁଥିବା ବେଳେ ଭାରତରେ କିନ୍ତୁ ଏକ ଭଲ ଖବର ଦେଖିବାକୁ ମିଳିଛି। କରୋନାରେ ଆକ୍ରାନ୍ତ ହୋଇଥିବା ଭାରତୀୟଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁଧୁରୁଥିବା ଜଣାଯାଇଛି। ଏବେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି। ତେବେ କରୋନାକୁ ଦୃଷ୍ଟିରେ ରଖି ଭାରତୀୟ ବିମାନ ବନ୍ଦରରେ ୨ ଲକ୍ଷ ଲୋକଙ୍କ ସ୍କ୍ରିନିଂ ହୋଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.