Below header

ବଢ଼ୁଛି କରୋନା ଆତଙ୍କ, ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୨୪,୮୭୯ ଲୋକ ସଂକ୍ରମିତ

ଦେଶରେ କରୋନା ସଂକ୍ରମଣ ମାମଲା ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ଭାଙ୍ଗିଛି। ୨୪ ଘଣ୍ଟା ମଧ୍ୟରେ ୨୪,୮୭୯ ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭,୬୭,୨୯୬ରେ ପହଞ୍ଚିଛି। ଏହା ପୂର୍ବରୁ ଜୁଲାଇ ୫ରେ ୨୪,୮୫୦ଟି ନୂଆ ମାମଲା ସାମ୍ନାକୁ ଆସିଥିଲା। କରୋନା ମହାମାରୀ ଯୋଗୁ ଏବେ ଯାଏଁ ୨୧,୧୨୯ ଲୋକଙ୍କ ଜୀବନ ଗଲାଣି। ସେମାନଙ୍କ ମଧ୍ୟରୁ ୪୮୭ ଜଣଙ୍କ ମୃତ୍ୟୁ ମାତ୍ର ଗୋଟିଏ ଦିନରେ ହୋଇଛି। ଯାହାକି ରେକର୍ଡ ସୃଷ୍ଟି କରିଛି।

Coronavirus LIVE updates: Global case count exceeds 12 million ...

ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ୧୯,୫୪୭ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଏବେ ଯାଏଁ ସୁସ୍ଥ ରୋଗୀଙ୍କ ସଂଖ୍ୟା ୪,୭୬,୩୭୭ ହୋଇଛି। ସୁସ୍ଥ ରୋଗୀଙ୍କ ସଂଖ୍ୟା ୬୨.୦୯ ପ୍ରତିଶତ ହୋଇଛି। ତେବେ ବର୍ତ୍ତମାନ ୨,୬୯,୭୮୯ ରୋଗୀଙ୍କ ଚିକିତ୍ସା ଜାରି ରହିଛି।

CORONA TODAY

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.