Below header

ଭାରତରେ ଦୁର୍ନୀତି, ଜାତିବାଦ ଓ ସାଂପ୍ରଦାୟିକତାର ସ୍ଥାନ ନାହିଁ : ପ୍ରଧାନମନ୍ତ୍ରୀ

ଭାରତରେ ଦୁର୍ନୀତି, ଜାତିବାଦ ଓ ସାଂପ୍ରଦାୟିକତାର ସ୍ଥାନ ନାହିଁ। ଭାରତ ସ୍ବାଧୀନତାର ଶତବାର୍ଷିକୀ ପାଳନ କରିବା ବେଳକୁ ବିକଶିତ ରାଷ୍ଟ୍ର ପାଲଟି ସାରିଥିବ। ସେତେବେଳେ ଭାରତରେ ଦୁର୍ନୀତି ନଥିବା, ଜାତିବାଦ ନଥିବ କି ସାଂପ୍ରଦାୟିକତା ନଥିବ । ନ୍ୟୁଜ ଏଜେନ୍ସୀ ପିଟିଆକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

୨୦୪୭ ବେଳକୁ ଜାତୀୟ ଜୀବନରେ ଏସବୁ ନଥିବ । ଜି ୨୦ ସମ୍ମିଳନୀ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ମାର୍ଗଦର୍ଶନକୁ ସାରା ବିଶ୍ବ ଚାହିଁଛି। ଆମର ଭିଜନ ଭବିଷ୍ୟତର ପୃଥିବୀ ପାଇଁ ରୋଡ ମ୍ୟାପ। ବିଶ୍ବର ଜିଡିପି-କେନ୍ଦ୍ରୀକ ଦୃଷ୍ଟି ମାନବ-କେନ୍ଦ୍ରୀକ ଦୃଷ୍ଟିରେ ପରିବର୍ତ୍ତିତ ହେଉଛି। ଏହି ରୂପାନ୍ତରଣର ମୁଖ୍ୟ ଭୂମିକା ଭାରତର ବୋଲି ମୋଦି କହିଛନ୍ତି। ବିଶ୍ବରେ ଶାନ୍ତି ପ୍ରତିଷ୍ଠା ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.