Below header

ତୃଣମୂଳ ସ୍ତରକୁ ଯିବ ବିଜେପି, କୋର କମିଟି ବୈଠକରେ ରଣନୀତି ବିଷୟରେ ହୋଇଛି ଆଲୋଚନା

ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ। ବର୍ତ୍ତମାନ ପଞ୍ଚାୟତ ସ୍ତରରେ ଆନ୍ଦୋଳନ ଚାଲିଛି । ଆନ୍ଦୋଳନକୁ ତଳ ସ୍ତର ଯାଏଁ ନେବା ପାଇଁ କୋର କମିଟିରେ ନିଷ୍ପତ୍ତି ହୋଇଥିବା କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

କେନ୍ୟୁଜ୍(ବ୍ୟୁରୋ):  ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ରୋଡ୍ ମ୍ୟାପ ପ୍ରସ୍ତୁତ। ବିଜେପି କୋର କମିଟି ବୈଠକରେ ଏଥିପାଇଁ ରଣନୀତି ନେଇ ହୋଇଛି ଆଲୋଚନା। ତୃଣମୂଳ ସ୍ତରକୁ ଯିବ ଦଳ। ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ। ବର୍ତ୍ତମାନ ପଞ୍ଚାୟତ ସ୍ତରରେ ଆନ୍ଦୋଳନ ଚାଲିଛି । ଆନ୍ଦୋଳନକୁ ତଳ ସ୍ତର ଯାଏଁ ନେବା ପାଇଁ କୋର କମିଟିରେ ନିଷ୍ପତ୍ତି ହୋଇଥିବା କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଏହାସହ ସାଂଗଠନିକ ଅଭିବୃଦ୍ଧି, ରାଜନୈତିକ କାର୍ଯ୍ୟକଳାପ ଜୋରଦାର କରାଯିବ। ବୁଥ ସଶକ୍ତି କରଣ ପାଇଁ କାର୍ଯ୍ୟକ୍ରମ ହେବ।

୨ମାସ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଖସଡ଼ା ପ୍ରସ୍ତୁତ ହୋଇଛି। ସେପ୍ଟେମ୍ବର୧ ରୁ ସେପ୍ଟେମ୍ବର ୧୫ ତାରିଖ ଯାଏ ହେବ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ। ୨୫ ତାରିଖରେ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳନ କରାଯିବ।୨୫ ତାରିଖରୁ ୨ତାରିଖ ପର୍ଯ୍ୟନ୍ତ ତଳ ସ୍ତରରୁ ସଙ୍ଗଠନକୁ ଆହୁରି ଶକ୍ତିଶାଳୀ କରିବା ପାଇଁ କାର୍ଯ୍ୟକ୍ରମ ହେବ। ଏସବୁକୁ ସଫଳ କରିବା ପାଇଁ ବିଜେପି ସହଯୋଗ କରିବ ବୋଲି ସଂକଳ୍ପ ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.