ସ୍ୱାମୀ ସହିତ ହନିମୁନ କରିବାକୁ ଯାଇ ହୋଟେଲରୁ ଆଉ କାହା ସହିତ ଫେରାର ହୋଇଗଲେ ଯୁବତୀ, ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ

ହନିମୁନ କରିବାକୁ ଯାଇ ଗାଏବ ହୋଇଗଲେ ନବବିବାହିତା ଯୁବତୀ । ସ୍ୱାମୀ ବୁଲିବାକୁ କାର ବୁକ୍‌ କରିବାକୁ ଯାଇଥିବା ବେଳେ ଯୁବତୀ ଜଣକ ଆଉ କାହା ସହିତ ଫେରାର ହୋଇଯାଇଛନ୍ତି । ଯୁବତୀ ଜଣକ ଫେରାର ହୋଇଥିବା ହୋଟେଲ ସିସିଟିଭି ଫୁଟେଜରୁ ଜାଣିବାକୁ ମିଳିଛି ।

ବିବାହର ୭ ଦିନ ପରେ ସ୍ୱାମୀ ସହିତ ହନିମୁନ କରିବାକୁ ଯାଇ ହୋଟେଲରୁ ଗାଏବ ହୋଇଗଲା କନ୍ୟା । ଶେଷରେ ଥାନାର ଦ୍ୱାରସ୍ଥ ହେଲେ ଯୁବକ । ରାଜସ୍ଥାନ ଜୟପୁରରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଖବର ମୁତାବକ, ମଧ୍ୟପ୍ରଦେଶରୁ ରାଜସ୍ଥାନ ଜୟପୁରକୁ ହନିମୁନ ମନାଇବା ପାଇଁ ଆସିଥିଲେ ଦମ୍ପତି । ଦୁହେଁ ହୋଟେଲ ରୁମ୍‌ ବୁକ୍‌ କରି ପରେ ପର୍ଯ୍ୟଟନ ସ୍ଥଳକ ବୁଲିବା ପାଇଁ ଗାଡି ବୁକ୍‌ କରିଥିଲେ ଯୁବକ । ଗାଡି ବୁକ୍‌ କରି ହୋଟେଲକୁ ଫେରିବା ପରେ ରୁମରେ ପତ୍ନୀକୁ ପାଇନଥିଲେ ଯୁବକ । ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ଯୁବକ ଜଣକ ନିରାଶ ହୋଇଥିଲେ ।

ଏହାପରେ ଯୁବକ ଜଣକ ହୋଟେଲର ସିସିଟିଭି ଖୋଜିବା ପାଇଁ କହିଥିଲେ । ଆଉ ସିସିଟିଭି ଫୁଟେଜରେ ଦେଖିଥିଲେ, ତାଙ୍କ ପତ୍ନୀ ନିଜର ସାମାନ ଧରି ହୋଟେଲରୁ ବାହାରକୁ ଯାଉଛନ୍ତି । ଏହାପରେ ତୁରନ୍ତ ଯୁବକ ଜଣକ ସ୍ଥାନୀୟ ପୋଲିସ ଥାନାରେ ରିପୋର୍ଟ ଦାଏର କରିଥିଲେ ।

ମଧ୍ୟପ୍ରଦେଶର ୨୪ ବର୍ଷୀୟ ଯୁବକ ଗତ ୨୯ ଜୁଲାଇରେ ୨୨ ବର୍ଷୀୟ ଯୁବତୀଙ୍କୁ ଭେପାଳରେ ବିବାହ କରିଥିଲେ । ଏହାପରେ ସେମାନେ ୫ ଅଗଷ୍ଟରେ ହନିମୁନ ପାଇଁ ବାହାରିଥିଲେ । ଦୁହେଁ ରାଜସ୍ଥାନ ଜୟପୁରରେ ଏକ ହୋଟେଲରେ ରୁମ୍‌ ବୁକ୍‌ କରିଥିଲେ । ଆଉ ଏଠାରେ ପର୍ଯ୍ୟଟନ ସ୍ଥାନ ବୁଲିବା ପାଇଁ କାର ବୁକ୍‌ କରିବା ପାଇଁ ଯାଇଥିଲେ । ୧୫ ମିନିଟରେ ଯୁବକ ହୋଟେଲକୁ ଫେରିବା ପରେ ପତ୍ନୀଙ୍କୁ ଖୋଜିଥିଲେ । କିନ୍ତୁ ପତ୍ନୀ ଜଣକ ସେଠାରେ ନଥିବାରୁ ନିରାଶ ହୋଇ ହୋଟେଲର ସିସିଟିଭି ଫୁଟେଜ ଚେକ୍‌ କରିଥିଲେ । ଫୁଟେଜରେ ଯୁବତୀ ଜଣକ ନିଜର ଜିନିଷ ଧରି ଫୋନରେ କଥା ହୋଇ କୁଆଡେ ଫେରାର ହୋଇଯାଇଥିବା ଯୁବକ ଜାଣିବାକୁ ପାଇଥିଲେ । ଏହାପରେ ଯୁବକ ଜଣକ ଥାନାକୁ ଯାଇ ଅଭିଯୋଗ କରିଥିଲେ । ପୋଲିସ ଏବେ ଯୁବତୀଙ୍କୁ ଖୋଜିବା ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ୩୦ ଜୁଲାଇରେ ଦମ୍ପତି ମୁଜାଫରପୁରରୁ ଦାର୍ଜିଲିଂ ହନିମୁନ ପାଇଁ ଯାଉଥିଲେ । ମୁଜାଫରପୁରରୁ ନ୍ୟୁଜଲପାଇଗୁଡିର ଆନନ୍ଦ ବିହାର ସୁପରଫାଷ୍ଟ ଏକ୍ସପ୍ରେସରେ ଏସି କୋଚରେ ଯାଉଥିଲେ ଦମ୍ପତି । କିଶନଗଂଜରେ ମହିଳା କାଜଲ ବାଥରୁମ ବାହାନରେ ହଠାତ୍‌ ଟ୍ରେନରୁ ଗାଏବ ହୋଇଯାଇଥିଲେ । ଟ୍ରେନରେ ବହୁତ ଖୋଜାଖୋଜି କରିବା ପରେ ସ୍ୱାମୀ ଥାନାରେ ଏତଲା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.