Below header

ପେଶାରେ ଯୋଗାଣ ଅଧିକାରୀ, ହେଲେ ନିଶା ତାଙ୍କର କବିତା ଲେଖା

କପ୍ତିପଦା ବ୍ଲକର ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟ କରନ୍ତି ଭାସ୍କର ବାରିକ । ଯିଏ କି ଦୀର୍ଘ ବର୍ଷ ହେବ କପ୍ତିପଦା ବ୍ଲକରେ ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି । ନିଜ ବିଭାଗର ଦାୟିତ୍ଵକୁ ସେ ସୁଚାରୁ ରୂପେ ତୁଲାଇ ଚାଲିଥିବା ବେଳେ ବ୍ଲକ ଅଧିନରେ ପିଡିଏସ୍‌‍ ଯୋଗାଣରେ ସ୍ଵଚ୍ଛତା ରଖି ସେ ଜଣେ ଭଲ ଅଧିକାରୀ ଭାବେ ନିଜର ପରିଚୟ ତିଆରି କରିଛନ୍ତି । ହେଲେ ଏହା ସହିତ ତାଙ୍କ ନିଶା ତାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ ।

ଉଦଳା(କେନ୍ୟୁଜ): ପେଶାରେ ସରକାରୀ ଅଧିକାରୀ, ହେଲେ ତାଙ୍କ ନିଶା ଦେଇଛି ତାଙ୍କୁ ଭିନ୍ନ ଏକ ପରିଚୟ । ଯେତେବେଳେ ଟିକିଏ ସମୟ ମିଳେ ସେତେବେଳେ ତାଙ୍କ ମନର ଭାବନା କବିତା ଆଧାରରେ ଝରିପଡେ କଲମ ମୁନରେ । ତାଙ୍କ କବିତା ନିଶା ତାଙ୍କୁ ଦେଇଛି ଏକ ସ୍ଵତନ୍ତ୍ର।

ସରକାରଙ୍କର ଏକ ଗୁରୁତ୍ଵପୂର୍ଣ୍ଣ ବିଭାଗ ଯୋଗାଣ ବିଭାଗ । ଯେଉଁ ବିଭାଗରେ ଚାକିରୀ କରି ସେ ପୁରା ବ୍ଲକରେ ପିଡିଏସ୍‌‍ ଠାରୁ ଆରମ୍ଭ କରି ଯୋଗାଣ ବିଭାଗ ସଂପର୍କିତ ସମସ୍ତ କାର୍ଯ୍ୟ କରନ୍ତି । ହେଲେ କଣ ହେବ, ତାଙ୍କୁ ତ ଘାରିଛି କବିତା ନିଶା । ପେଶାରେ ସେ ଜଣେ ସରକାରୀ ଅଧିକାରୀ ହୋଇଥିଲେ ସୁଦ୍ଧା ନିଶା ତାଙ୍କର କବିତା ଲେଖା । ଆଉ ସେହି କବିତା ଲେଖା ପାଇଁ ସେ ଆଜି ସମସ୍ତଙ୍କ ମଧ୍ୟରୁ ଅନ୍ୟତମ ।

କପ୍ତିପଦା ବ୍ଲକର ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଭାସ୍କର ବାରିକ । ଯିଏ କି ଦୀର୍ଘ ବର୍ଷ ହେବ କପ୍ତିପଦା ବ୍ଲକରେ ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି । ନିଜ ବିଭାଗର ଦାୟିତ୍ଵକୁ ସେ ସୁଚାରୁ ରୂପେ ତୁଲାଇ ଚାଲିଥିବା ବେଳେ ବ୍ଲକ ଅଧିନରେ ପିଡିଏସ୍‌‍ ଯୋଗାଣରେ ସ୍ଵଚ୍ଛତା ରଖି ସେ ଜଣେ ଭଲ ଅଧିକାରୀ ଭାବେ ନିଜର ପରିଚୟ ତିଆରି କରିଛନ୍ତି । ହେଲେ ଏହା ସହିତ ତାଙ୍କ ନିଶା ତାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ ।

ନିଶା ହେଲା କବିତା ଲେଖା। ଏହି କବିତା ଲେଖାରେ ସେ ଅନେକ ସ୍ଥାନରୁ ଏବଂ ଅନେକ ସଙ୍ଗଠନ ପକ୍ଷରୁ ବହୁବାର ସମ୍ମାନିତ ମଧ୍ୟ ହୋଇଛନ୍ତି । ନିଜର ବ୍ୟସ୍ତ ବହୁଳ କର୍ମ ମଧ୍ୟରୁ ଟିକିଏ ଫାଙ୍କା ପାଇଲେ ଲେଖି ବସନ୍ତି କବିତା । କେତେବେଳେ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ରାଗ ଅଭିମାନର କବିତା, ତ ପୁଣି କେବେ ସେହି ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନାର କବିତା, କେତେବେଳେ ବିରହ ପ୍ରେମିକର ହୃଦୟ କଥା, ପୁଣି କେବେ ନଦୀ ଏବଂ ପ୍ରେମିକାର ଧାରାକୁ ନେଇ କବିତା ଲେଖି ସେ ଆଜି ବେଶ୍‌‍ ଚର୍ଚ୍ଚାରେ ରହିଛନ୍ତି ।

ଟିକିଏ ଫାଙ୍କା ମିଳିଲେ ବସି ପଡନ୍ତି ହାତରେ କଲମ ଏବଂ କାଗଜଟିଏ ଧରି । ଆଉ ତାଙ୍କ କଲମ ମୁନରୁ ଝରିପଡେ କବିତା । ଯେଉଁ କବିତା ଅନେକ ବାର ଖବରକାଗଜର ପୃଷ୍ଠା ମଣ୍ଡନ କରିଛି ତ ପୁଣି କେଉଁଠୁ ତାଙ୍କର ହୃଦୟସ୍ପର୍ଶୀ କବିତା ପାଇଁ ସେ ସାଉଁଟିଛନ୍ତି ଅନେକ ପ୍ରଶଂସା । ତାଙ୍କର କବିତା ନୀରବ ପ୍ରତିକ୍ଷା ପାଇଁ ସେ ଅନେକ ବାର ପୁରସ୍କୃତ ମଧ୍ୟ ହୋଇଛନ୍ତି । କାର୍ଯ୍ୟ ବ୍ୟସ୍ତତା ଭିତରେ କବିତାର ସଂଳାପ ପାଇଁ ଆଜି ସେ ଅନେକ ଅଧିକାରୀଙ୍କ ପ୍ରଶଂସାର ପାତ୍ର ମଧ୍ୟ ହୋଇପାରିଛନ୍ତି ।

family

ସ୍ଵାମୀଙ୍କର ଏଭଳି କବିତା ଲେଖା ପାଇଁ ସ୍ତ୍ରୀ ମଧ୍ୟ ବେଶ ଗର୍ବିତ । କେବେ ସେ ସ୍ଵାମୀଙ୍କ କବିତା ଲେଖା କୁ ଅଟକାଇ ନାହାନ୍ତି ବରଂ ତାଙ୍କ କଲମ ମୁନରୁ ବାହାରୁଥିବା କବିତା ତାଙ୍କୁ ମଧ୍ୟ ବେଶ ଭଲ ଲାଗେ ବୋଲି କହିଛନ୍ତି ଭାସ୍କର ବାରିକଙ୍କ ସ୍ତ୍ରୀ । ତେବେ ଜଣେ ସରକାରୀ ଅଧିକାରୀ ହୋଇ ସୁଦ୍ଧା ନିଜର କବିତା ନିଶା ପାଇଁ ଲୋକଙ୍କ ପାଖରେ ଆଦୃତ ହୋଇଥିବା ଭାସ୍କର ବାରିକ ଅନ୍ୟ ଅଧିକାରୀଙ୍କ ପାଇଁ ପ୍ରେରଣା । ସବୁପରେ ଭାସ୍କର ବାରିକଙ୍କ ଏପରି ଏକ ପ୍ରତିଭାକୁ ଆମେ ମଧ୍ୟ ପ୍ରଶଂସା କରିବା ସହିତ ତାଙ୍କର ଏପରି ଚେଷ୍ଟା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଉଛୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.