ପାକିସ୍ତାନ: ରିମୋଟ୍‌ ଦ୍ୱାରା ଗାଡ଼ି ବିସ୍ଫୋରଣ କଲେ ଆତଙ୍କବାଦୀ, ୟୁନିୟନ କାଉନ୍‌ସିଲ ଅଧ୍ୟକ୍ଷଙ୍କ ସମେତ ୭ ମୃତ

ପାକିସ୍ତାନରେ ସୋମବାର ରାତିରେ ଏକ ବଡ଼ ଆତଙ୍କୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ରିମୋଟ୍‌ କଣ୍ଟ୍ରୋଲ୍‌ ମାଧ୍ୟମରେ ଏକ ଗାଡ଼ିକୁ ଉଡ଼ାଇ ଦେଇଛନ୍ତି, ଯେଉଁଥିରେ ବଲାଗାତର ୟୁନିୟନ କାଉନ୍‌ସିଲ ଅଧ୍ୟକ୍ଷଙ୍କ ସମେତ ୭ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଛି।

ପାକିସ୍ତାନରେ ସୋମବାର ରାତିରେ ଏକ ବଡ଼ ଆତଙ୍କୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ରିମୋଟ୍‌ କଣ୍ଟ୍ରୋଲ୍‌ ମାଧ୍ୟମରେ ଏକ ଗାଡ଼ିକୁ ଉଡ଼ାଇ ଦେଇଛନ୍ତି, ଯେଉଁଥିରେ ବଲାଗାତର ୟୁନିୟନ କାଉନ୍‌ସିଲ ଅଧ୍ୟକ୍ଷଙ୍କ ସମେତ ୭ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଏହି ଘଟଣା ବଲୁଚିସ୍ତାନର ପଞ୍ଜଗୁର ଜିଲ୍ଲାରେ ଘଟିଛି।

ରିପୋର୍ଟରୁ ଜଣାପଡ଼ିଛି, ଏହି ଘଟଣା ଘଟାଇବା ପାଇଁ ଆତଙ୍କବାଦୀମାନେ ପୂର୍ବରୁ ଲ୍ୟାଣ୍ଡମାଇନ୍‌ ବିଛାଇ ରଖିଥିଲେ। ଯେମିତି ଗାଡ଼ି ଲ୍ୟାଣ୍ଡମାଇନ୍‌ ଦେଇ ଯାଇଥିଲା, ସେହି ସମୟରେ ସେମାନେ ବିସ୍ଫୋରଣ କରିଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଗାଡ଼ିଟି ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି।

ପଞ୍ଜଗୁରର ଡେପୁଟି କମିଶନର ଅମଜଦ ସୋମରୋ କହିଛନ୍ତି ଯେ ବଲାଗାତର ୟୁନିୟନ କାଉନ୍‌ସିଲ ଅଧ୍ୟକ୍ଷ ଇସ୍ତିୟାକ ୟାକୁବ୍‌ ଏକ ବିବାହ ସମାରୋହରୁ ଫେରୁଥିଲେ। ତାଙ୍କ ସହିତ ଅନ୍ୟ ଲୋକମାନେ କାର୍‌ରେ ଥିଲେ। ଆତଙ୍କବାଦୀମାନେ ତାଙ୍କ ଗାଡ଼ିକୁ ଟାର୍ଗେଟ୍‌ କରି ମାଟି ତଳେ ଲ୍ୟାଣ୍ଡମାଇନ୍‌ ବିଛାଇଥିଲେ।

ଯେମିତି ଗାଡ଼ି ବଲାଗାତର ଅଞ୍ଚଳର ଚକର ବଜାରରେ ପହଞ୍ଚିଥିଲା, ସେହି ସମୟରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଏଥିରେ ୭ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରୁ ୟାକୁବ୍‌, ଇବ୍ରାହିମ୍‌, ଓ୍ଵାଜିଦ, ଫିଦା ହୁସୈନ, ସରଫରାଜ ଓ ହାଇଦରଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟ ଜଣଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ମୃତକଙ୍କ ମଧ୍ୟରୁ ୪ ଜଣଙ୍କୁ ସେମାନଙ୍କ ସମ୍ପର୍କୀୟ ହସ୍ପିଟାଲରେ ଚିହ୍ନଟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.