ଜେଲର ଫିଲ୍ମ ରିଲିଜ ଦିନ ଛୁଟି ହେବ ଅଫିସ, କର୍ମଚାରୀଙ୍କୁ ମିଳିବ ମାଗଣା ଟିକେଟ

ରଜନୀକାନ୍ତଙ୍କ ନୂଆ ଫିଲ୍ମ ରିଲିଜ୍ ପାଇଁ ସମସ୍ତ ଅଫିସରେ ୧୦ ଅଗଷ୍ଟକୁ ଛୁଟି ଘୋଷଣା କରାଯାଇଛି । ଚେନ୍ନାଇ ଏବଂ ବେଙ୍ଗାଲୁରୁର ସମସ୍ତ ଅଫିସ ଜେଲର ରିଲିଜ ହେବା ଦିନ ସେମାନଙ୍କ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିଛନ୍ତି । କିଛି କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ମାଗଣା ଟିକେଟ ମଧ୍ୟ ଦେଇଛନ୍ତି ।

ଜେଲର ଫିଲ୍ମ ରିଲିଜରେ ଛୁଟି ହେବ ସମସ୍ତ ଅଫିସ । ଏହି ଫିଲ୍ମକୁ ପ୍ରଥମ ଦିନରେ ଦେଖିବା ପାଇଁ କର୍ମଚାରୀଙ୍କୁ ମିଳିବ ସ୍ପେସାଲ ଛୁଟି । ଛୁଟି ସହ ମିଳିବ ମାଗଣା ଟିକେଟ । ଏଭଳି କିଛି ଘୋଷଣା ସାମ୍ନାକୁ ଆସିଛି । ଛୁଟିକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ । ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ଥାଲାଇଭା ରଜନୀକାନ୍ତ ତାଙ୍କ ଆଗାମୀ ଚଳଚ୍ଚିତ୍ର ଜେଲର ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ରଜନୀକାନ୍ତ ୬ ଦଶନ୍ଧିରୁ ଅଧିକ ସମୟ ଧରି ଇଣ୍ଡଷ୍ଟ୍ରିରେ ଆକ୍ଟିଭ ଥିଲେ । ରଜନୀକାନ୍ତ ତାଙ୍କ କ୍ୟାରିୟରରେ ଏତେ ହିଟ୍ ଫିଲ୍ମ ଦେଇଥିଲେ ଯେ ସେ ଷ୍ଟାର ରୁ ସୁପରଷ୍ଟାର ଏବଂ ପରେ ଥାଲାଇଭା ହୋଇଥିଲେ । ତେବେ ବର୍ତ୍ତମାନ ଖବର ଆସୁଛି ଯେ ରଜନୀକାନ୍ତଙ୍କ ନୂଆ ଫିଲ୍ମ ରିଲିଜ୍ ପାଇଁ ସମସ୍ତ ଅଫିସରେ ୧୦ ଅଗଷ୍ଟକୁ ଛୁଟି ଘୋଷଣା କରାଯାଇଛି ।

ଜେଲର ଫିଲ୍ମ ରିଲିଜ ପାଇଁ ମାତ୍ର ଦୁଇ ଦିନ ବାକି ଅଛି । ଏହି ସମୟରେ ଫିଲ୍ମ ଜେଲର ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ଚେନ୍ନାଇ ଏବଂ ବେଙ୍ଗାଲୁରୁର ସମସ୍ତ ଅଫିସ ଜେଲର ରିଲିଜ ହେବା ଦିନ ସେମାନଙ୍କ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିଛନ୍ତି । କେବଳ ଏତିକି ନୁହେଁ କିଛି କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ମାଗଣା ଟିକେଟ ମଧ୍ୟ ଦେଇଛନ୍ତି । ନେଲସନ ଦିଲୀପକୁମାରଙ୍କ ନିର୍ଦ୍ଦେଶିତ ରଜନୀକାନ୍ତ-ଷ୍ଟାରର ଜେଲର ଅଗଷ୍ଟ ୧୦ରେ ସିନେମାଘରେ ରିଲିଜ ହେବା ପାଇଁ ପ୍ରସ୍ତୁତ ହୋଇଛି ।

ଏହି ଫିଲ୍ମଟି ୧୦ ଅଗଷ୍ଟ ୨୦୨୩ ଗୁରୁବାର ଦିନ ଦୁନିଆର ସମସ୍ତ ସିନେମାଘରେ ରିଲିଜ ହେବାକୁ ଯାଉଛି । ଜେଲର ରିଲିଜ୍ ପୂର୍ବରୁ ରଜନୀକାନ୍ତଙ୍କ ଫ୍ୟନ୍ସଙ୍କ ପାଇଁ ଲାଟେଷ୍ଟ ସୂଚନା ସାମ୍ନାକୁ ଆସିଛି । ଜେଲର ରିଲିଜ ହେବା ଦିନ ଚେନ୍ନାଇ ଏବଂ ବାଙ୍ଗାଲୁରୁର ସମସ୍ତ କାର୍ଯ୍ୟାଳୟ ପାଇଁ ଛୁଟିଦିନ ହେବ ବୋଲି କୁହାଯାଉଛି । ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ଜେଲର ମୁକ୍ତିଲାଭରେ କମ୍ପାନୀ ମାନଙ୍କର ଛୁଟି ଘୋଷଣା ଭାଇରାଲ ହେବାରେ ଲାଗିଛି । ଏଚଆର ବିଭାଗରେ ଛୁଟି ଅନୁରୋଧର ଆପ୍ଲିକସେନକୁ ଏଡାଇବା ପାଇଁ ସମସ୍ତ କମ୍ପାନୀ ଅଗଷ୍ଟ ୧୦ରେ ଛୁଟି ଘୋଷଣା କରିଛନ୍ତି ବୋଲି ନୋଟିସରେ କୁହାଯାଇଛି । ନୋଟିସରେ ଏହା ମଧ୍ୟ କୁହାଯାଇଛି କର୍ମଚାରୀମାନଙ୍କୁ ମାଗଣା ଟିକେଟ୍ ଯୋଗାଇ ଆଣ୍ଟିପାଇରେସିକୁ ସମର୍ଥନ କରିବାର ସୌଭାଗ୍ୟ ମଧ୍ୟ ନେଉଛୁ ।

ରଜନୀକାନ୍ତ ଏବଂ ଜ୍ୟାକି ଶ୍ରଫଙ୍କ ବ୍ୟତୀତ ରାମ୍ୟା କୃଷ୍ଣନ, ତମନ୍ନା ଭାଟିଆ, ଶିବ ରାଜକୁମାର, ସୁନୀଲ, ଯୋଗୀ ବାବୁଙ୍କ ଭଳି ଷ୍ଟାରମାନେ ମଧ୍ୟ ‘ଜେଲର’ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ରାମ୍ୟା କୃଷ୍ଣନ ଜେଲର ରଜନୀକାନ୍ତଙ୍କ ପତ୍ନୀ ହୋଇଛନ୍ତି। ଏଥି ସହିତ, ପ୍ରସିଦ୍ଧ ସାଉଥ ଷ୍ଟାର ମୋହନଲାଲଙ୍କୁ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ଟ୍ରେଲରରେ ରଜନୀକାନ୍ତ ଜଣେ ସାଧାରଣ ପରିବାରର ମୁଥୁଭେଲ ପାଣ୍ଡିଆନଙ୍କ ଭୂମିକାରେ ଅଭିନୟ କରୁଥିବା ଦେଖାଯାଇଛି । ଟ୍ରେଲରକୁ ଭଲ ଭାବରେ ଫ୍ୟାନ୍ସଙ୍କ ଦ୍ୱାରା ଗ୍ରହଣ କରାଯାଇଥିଲା ଏବଂ ଫିଲ୍ମ ପାଇଁ ବର୍ତ୍ତମାନ ଉତ୍ସାହ ବଢ଼ିଥିବା ଦେଖାଯାଇଛି । ତମନ୍ନା ଭାଟିଆଙ୍କ ଆଇଟମ୍ ନମ୍ବର ଗୀତ ‘କବାଲା’ ଫିଲ୍ମ ରିଲିଜ୍ ପୂର୍ବରୁ ମଧ୍ୟ ସୁପରହିଟ୍ ହୋଇପାରିଛି । ତେବେ ଏହି ଚଳଚ୍ଚିତ୍ର ୧୦ ଅଗଷ୍ଟ ୨୦୨୩ ରେ ରିଲିଜ ହେବ , ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.