ରାହୁଲ ଗାନ୍ଧିଙ୍କୁ ଜୀବନସାଥୀ କରିବାକୁ ଚାହୁଁଛନ୍ତି ଶର୍ଲିନ୍ ଚୋପ୍ରା, ରଖିଲେ ଏହି ସର୍ତ୍ତ
ଚର୍ଚ୍ଚାରେ ଶର୍ଲିନ୍ ଚୋପ୍ରା। ନିକଟରେ ସେ ଏକ ବୟାନ ଦେଇ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତାଙ୍କ ନାମ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସହ ଯୋଡ଼ି ହୋଇଛି।

ବୋଲ୍ଡ ଲୁକ୍ ପାଇଁ ଜଣାଶୁଣା ଅଭିନେତ୍ରୀ ଶର୍ଲିନ୍ ଚୋପ୍ରା ଏବେ ଚର୍ଚ୍ଚାରେ। ନିକଟରେ ସେ ଏକ ବୟାନ ଦେଇ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ହଠାତ୍ ତାଙ୍କ ନାମ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସହ ଯୋଡ଼ି ହୋଇଛି।
ପ୍ରକୃତରେ, ଶର୍ଲିନ ଚୋପ୍ରା କଂଗ୍ରେସ ନେତାଙ୍କ ସହ ସଂସାର ଗଢ଼ିବାକୁ ସ୍ୱପ୍ନ ଦେଖୁଛନ୍ତି। ସେ ରାହୁଲଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଅଭିନେତ୍ରୀ କହିଛନ୍ତି କି, ମୁଁ ରାହୁଲ ଗାନ୍ଧିଙ୍କୁ ବିବାହ କରିବାକୁ ଚାହୁଁଛି। ଯଦିଓ ସେ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି।
ଶର୍ଲିନ ସୋମବାର ଏକ ଆକର୍ଷଣୀୟ ଅଫ୍ ଶୋଲ୍ଡର ବ୍ଲାକ୍ ଡ୍ରେସ୍ରେ ନଜର ଆସିଥିଲେ। ସେ ନିଜ ଫ୍ୟାନ୍ମାନଙ୍କ ସହିତ ସେଲ୍ଫି ନେଇଥିଲେ। ଏହି ସମୟରେ ତାଙ୍କୁ ପଚରାଯାଇଥିଲା ଯେ ‘କ’ଣ ସେ ରାହୁଲ ଗାନ୍ଧିଙ୍କୁ ବିବାହ କରିବାକୁ ଚାହିଁବେ କି’? ଏହାର ଉତ୍ତରରେ ଶର୍ଲିନ୍ ହଁ କହିଥିଲେ।
କିନ୍ତୁ ଅଭିନେତ୍ରୀଙ୍କର ଏକ ସର୍ତ୍ତ ରହିଛି। ସେ କହିଥିଲେ ଯେ ବିବାହ ପରେ ତାଙ୍କ ସର୍ନେମ ବଦଳିବା ଉଚିତ୍ ନୁହେଁ। ଅର୍ଥାତ୍ ସେ ନିଜର ସାଙ୍ଗିଆ ପରିବର୍ତ୍ତନ କରିବେ ନାହିଁ। ଶର୍ଲିନ୍ଙ୍କର ଏହି ବୟାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। କହି ରଖୁଛୁ ଯେ ୩୫ ବର୍ଷୀୟା ଶର୍ଲିନ୍ ୨୦୧୨ରେ ‘ପ୍ଲେବୟ’ ପତ୍ରିକା ପାଇଁ ନଗ୍ନ ଫଟୋ ଉଠାଇଥିବା ପ୍ରଥମ ଭାରତୀୟ ମହିଳା ଥିଲେ।
ସେପଟେ ବର୍ତ୍ତମାନ କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ୧୩୭ ଦିନ ପରେ ସେ ନିଜର ସାଂସଦ ପଦ ଫେରି ପାଇଛନ୍ତି। ସୋମବାର ସେ ସଂସଦରେ ମଧ୍ୟ ପହଞ୍ଚିଥିଲେ। ମୋଦି ସାଙ୍ଗିଆ ମାମଲାରେ ଗୁଜରାଟ କୋର୍ଟ ରାହୁଲଙ୍କୁ ୨ ବର୍ଷର ଦଣ୍ଡାଦେଶ ଶୁଣାଇବା ପରେ ସଂସଦରେ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା।
View this post on Instagram