Below header

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ ସମ୍ଭାବନା ! ସତର୍କତାକୁ ଦୃଷ୍ଟିରେ ରଖି ୨୬୦୦ ବିମାନ ଉଡାଣ ରଦ୍ଦ

ଆମେରିକାରେ ଶକ୍ତିଶାଳୀ ଝଡତୋଫାନ ସମ୍ଭାବନା ଯୋଗୁଁ ୨୬୦୦ ଉଡାଣ ରଦ୍ଦ କରାଯାଇଛି । ଏହାସହିତ ପ୍ରବଳ ବର୍ଷା ଯୋଗୁଁ ଅନେକ ସହରରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି ।

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ ସମ୍ଭାବନା ରହିଛି । ଏଥିପାଇଁ ୨୬୦୦ ଉଡାଣକୁ ରଦ୍ଦ କରିଦିଆଯାଇଛି । ସୋମବାର ଠାରୁ ରାଜଧାନୀ ଓ୍ଵାଶିଂଟନରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଜଲଦି ବନ୍ଦ କରିଦିଆଯାଇଛି । ଆମେରିକାରେ ଭୟଙ୍କର ଘୂର୍ଣ୍ଣିଛଡ, ପ୍ରବଳ ବର୍ଷା ଏବଂ ତୋଫାନ ଆଶଙ୍କା ଦେଖି ଏଭଳି ପଦକ୍ଷେପ ନିଆଯାଇଛି ।

ତେବେ ଏଭଳି ଭୟଙ୍କର ବିପର୍ଯ୍ୟୟ ପାଇଁ ପୂର୍ବରୁ ସ୍କୁଲ ବନ୍ଦ କରିଦିଆଯାଇଛି । ଏହାସହିତ ସ୍ଥାନୀୟ ଲୋକଙ୍କୁ ଘର ଭିତରେ ରହିବାକୁ ସତର୍କ ସୂଚନା ଦିଆଯାଇଛି । ଆଗାମୀ କିଛି ଘଣ୍ଟା ଆମେରିକାରେ ଭୟଙ୍କର ତାଣ୍ଡବ ହୋଇପାରେ ବୋଲି ଚେତାବନୀ ଜାରି କରିଛି ଆମେରିକା ସ୍ଥିତ ପାଣିପାଗ ବିଭାଗ ।

ପ୍ରବଳ ବର୍ଷା ଏବଂ ଝଡ ତୋଫାନ ଯୋଗୁଁ ଆମେରିକାର ଅନେକ ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଭର୍ଜିନିଆରେ ୧୫ହଜାରରୁ ଅଧିକ ଘରେ ବିଦ୍ୟୁତ ନାହିଁ । ପାଣିପାଗ ବିଭାଗ ଜାରି କରିଥିବା ଚେତାବନୀ ଯୋଗୁଁ ପାଖାପାଖି ୩୦ ମିଲିଅନ ଲୋକଙ୍କ ଉପରେ ବିପଦ ରହିଛି ।

ଏହାର ପ୍ରଭାବରେ ନ୍ୟୁୟର୍କ, ଓ୍ଵାଂଶିଟନ, ଫିଲାଡୋଲିଫିଆ, ଆଟଲାଣ୍ଟ ଏବଂ ବଲଟିମୋର ବିମାନ ବନ୍ଦରରୁ ଉଡାଣ ଭରିବାକୁ ଥିବା ସମସ୍ତ ବିମାନକୁ ରଦ୍ଦ କରାଯାଇଛି । ସୋମବାର ରାତି ଠାରୁ ୨୬୦୦ ବିମାନ ଉଡାଣ ରଦ୍ଦ କରାଯାଇଛି । ଫଳରେ ଆମେରିକାରେ ୭,୭୦୦ ବିମାନ ଉଡାଣରେ ବିଳମ୍ବ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.