ପିଜ୍ଜା ଖୁଆଇବା ପଡ଼ିଲା ମହଙ୍ଗା: ପ୍ରେମିକା ବାପାଙ୍କୁ ଦେଖି ଭୟରେ ଲୁଚିଗଲା ପ୍ରେମିକ, ଛାତରୁ ଖସି ଉଡ଼ିଗଲା ପ୍ରାଣବାୟୁ

ହାଇଦ୍ରାବାଦରୁ ଏକ ଦୁଃଖଦାୟକ ଖବର ସାମ୍ନାକୁ ଆସିଛି। ଏଠାରେ ନିଜ ପ୍ରେମିକାକୁ ପିଜ୍ଜା ଖୁଆଇବା ୨୦ ବର୍ଷର ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଯୁବକଙ୍କ ସହ ଏଭଳି ଏକ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଛି।

ହାଇଦ୍ରାବାଦରୁ ଏକ ଦୁଃଖଦାୟକ ଖବର ସାମ୍ନାକୁ ଆସିଛି। ଏଠାରେ ନିଜ ପ୍ରେମିକାକୁ ପିଜ୍ଜା ଖୁଆଇବା ୨୦ ବର୍ଷର ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଯୁବକଙ୍କ ସହ ଏଭଳି ଏକ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଯୁବକଙ୍କ ପରିବାର ଲୋକେ ଘଟଣାକୁ ନେଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ରିପୋର୍ଟ ମୁତାବକ, ମୃତ ଯୁବକଙ୍କ ନାମ ମହମ୍ମଦ ସୋଏବ। ସେ ଏକ ବେକରୀରେ କାମ କରୁଥିଲେ। କୁହାଯାଉଛି ଯେ ତାଙ୍କ ପ୍ରେମିକା ପିଜ୍ଜା ଖାଇବାକୁ ଇଚ୍ଛା କରିଥିଲେ। ପ୍ରେମିକାଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ସୋଏବ ପିଜ୍ଜା ଧରି ପହଞ୍ଚିଥିଲେ। ତେବେ ପ୍ରେମିକାଙ୍କ ଘର ଲୋକଙ୍କଠାରୁ ଲୁଚି ସେ ଘରର ତୃତୀୟ ମହଲା ଛାତକୁ ଚାଲିଯାଇଥିଲେ। ପରେ ସେଠାରେ ପ୍ରେମିକା ପହଞ୍ଚିବା ପରେ ଦୁହେଁ ମିଶି ପିଜ୍ଜା ଖାଉଥିଲେ।

ଏହି ସମୟରେ ହଠାତ୍‌ ସୋଏବ କାହାର ପାଦ ଶବ୍ଦ ଶୁଣିବାକୁ ପାଇଥିଲେ। କୁହାଯାଉଛି ଯେ ଝିଅର ବାପା ଛାତ ଉପରକୁ ଆସୁଥିଲେ। ପ୍ରେମିକାର ବାପାଙ୍କଠାରୁ ରକ୍ଷା ପାଇବା ପାଇଁ ସୋଏବ ଛାତର ଗୋଟିଏ ଭାଗରେ ଲୁଚି ଯାଇଥିଲେ। ସେ ଛାତ ଉପରେ ପଡ଼ିଥିବା ଏକ ବିଦ୍ୟୁତ୍‌ କେବୁଲ୍‌କୁ ଧରି ଲୁଚିଯିବାକୁ ଚେଷ୍ଟା କରୁଥିଲେ। ହେଲେ ଏହି ସମୟରେ କୌଣସି କାରଣବଶତଃ ସେ ଛାତ ଉପରୁ ତଳକୁ ଖସିପଡ଼ିଥିଲେ।

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯୁବକଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିଲା। ହେଲେ ଗୁରୁତର ଆଘାତ ଲାଗିଥିବା କାରଣରୁ ଚିକିତ୍ସା ସମୟରେ ସୋଏବ ଆଖି ବୁଜିଥିଲେ। ସେପଟେ ଏହି ଘଟଣାରେ ସୋଏବଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଥାନାରେ ମାମଲା ରୁଜୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.