ରାଜ୍ୟସଭା ଅଧ୍ୟକ୍ଷଙ୍କ ଉପରେ ରାଗିଗଲେ ଟିଏମ୍‌ସି ସାଂସଦ ଡେରେକ୍‌ ଓ’ ବ୍ରାୟନ୍‌, ସମ୍ପୂର୍ଣ୍ଣ ମୌସୁମୀ ଅଧିବେଶନରୁ ନିଲମ୍ବିତ

ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ରାଜ୍ୟସଭା ସାଂସଦ ଡେରେକ୍‌ ଓ’ ବ୍ରାୟନ୍‌ ନିଲମ୍ବିତ। ତାଙ୍କୁ ସମ୍ପୂର୍ଣ୍ଣ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି। ଦିଲ୍ଲୀ ସେବା ବିଲ୍‌ ଉପରେ ବିତର୍କ ସମୟରେ ସାଂସଦ ବ୍ରାୟନ୍‌ ଗୃହରେ ଚିତ୍କାର କରିବା ଆରମ୍ଭ କରିଥିଲେ।

ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ରାଜ୍ୟସଭା ସାଂସଦ ଡେରେକ୍‌ ଓ’ ବ୍ରାୟନ୍‌ ନିଲମ୍ବିତ। ତାଙ୍କୁ ସମ୍ପୂର୍ଣ୍ଣ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି। ଦିଲ୍ଲୀ ସେବା ବିଲ୍‌ ଉପରେ ବିତର୍କ ସମୟରେ ସାଂସଦ ବ୍ରାୟନ୍‌ ଗୃହରେ ଚିତ୍କାର କରିବା ଆରମ୍ଭ କରିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ତାଙ୍କୁ ଅଟକାଇବାରୁ ସେ ତାଙ୍କ ଉପରେ ମଧ୍ୟ ରାଗି ଯାଇଥିଲେ।

ଗୃହର ପ୍ରକ୍ରିୟାରେ କ୍ରମାଗତ ଭାବେ ବାଧା ସୃଷ୍ଟି କରିବା, ଅଧ୍ୟକ୍ଷଙ୍କ ଆଦେଶକୁ ଅମାନ୍ୟ କରିବା ଏବଂ ଗୃହରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଗୃହର ନେତା ପୀୟୁଷ ଗୋୟଲ ସାଂସଦଙ୍କ ନିଲମ୍ବନର ପ୍ରସ୍ତାବ ଆଣିଥିଲେ।

ଜଗଦୀପ ଧନଖଡ଼ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଟିଏମ୍‌ସି ସାଂସଦ ଡେରେକ୍‌ ଓ’ ବ୍ରାୟନ୍‌ଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି। ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ନ ମାନି ତାଙ୍କ ପ୍ରତି ଦୁର୍ବ୍ୟବହାର କରିଥିବାରୁ ସାଂସଦଙ୍କୁ ସମ୍ପୂର୍ଣ୍ଣ ମୌସୁମୀ ଅଧିବେଶନରୁ ସସ୍‌ପେଣ୍ଡ କରାଯାଇଛି।

ପ୍ରକୃତରେ, ସୋମବାର ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍‌ ଉପରେ ବିତର୍କ ଚାଲିଥିଲା। ଗୃହରେ କହିବା ପାଇଁ ସାଂସଦ ଉଠିଥିଲେ। ସେ ସେବା ବିଲ୍‌ ଉପରେ ଲମ୍ବା ଭାଷଣ ଦେବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ଅଭିଯୋଗମାନ କରିଥିଲେ।

ଅଧ୍ୟକ୍ଷ ଧନଖଡ଼ ତାଙ୍କୁ ସମୟ ସୀମା ଭିତରେ କହିବା ପାଇଁ କହିବାରୁ ଡେରେକ୍‌ ରାଗି ଯାଇଥିଲେ, ଯାହା ଉପରେ ଅଧ୍ୟକ୍ଷ ମଧ୍ୟ କ୍ରୋଧ ପ୍ରକାଶ କରିଥିଲେ। ଧନଖଡ଼ କହିଥିଲେ ଯେ ଏହା ଆପଣଙ୍କର ଅଭ୍ୟାସ ପାଲଟିଯାଇଛି। ଆପଣ ଏକ ରଣନୀତି ଭଳି ଏମିତି କରୁଛନ୍ତି। ଆପଣଙ୍କୁ ଲାଗୁଛି ଯେ ଆପଣ ନିଜର ପ୍ରଚାର କରି ଖୁସି ହେବେ। ଆପଣ ଏହି ଗୃହକୁ ବର୍ବାଦ କରିଦେଲେ। ବସି ଯାଆନ୍ତୁ।

ଧନଖଡ଼ ଆହୁରି କହିଥିଲେ, ଆପଣଙ୍କ ଆଚରଣ ଅପମାନଜନକ ଥିଲା। ଏହା ଆପଣଙ୍କ ପଦକୁ ସୁଟ୍‌ କରୁନାହିଁ। ଆପଣ ଗୃହର ମର୍ଯ୍ୟାଦାକୁ ହାନି କରୁଛନ୍ତି। ଆପଣ ଜାଣିଶୁଣି ଏପରି କରୁଛନ୍ତି। କହି ରଖୁଛୁ, ଯେବେ ସଂସଦରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆସିବାର ଅଛି, ସେହି ଦିନ ଡେରେକ୍‌ ଓ’ ବ୍ରାୟନ୍‌ ନିଲମ୍ବିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.