ତମନ୍ନାଙ୍କୁ ଭେଟିବା ପାଇଁ ବ୍ୟାରିକେଡ ଭାଙ୍ଗିଲେ ଫ୍ୟାନ, ହାତ ଧରି କଲେ ଏପରି…

ତମନ୍ନାଙ୍କର ଜଣେ ଫ୍ୟାନ ବ୍ୟାରିକେଡ ଭାଙ୍ଗି ଅଭିନେତ୍ରୀଙ୍କ ସହ ଏପରି କିଛି କରିଥିଲେ ଯେ ସେହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫ୍ୟାନଜଣଙ୍କ ବ୍ୟାରିକେଡ ଭାଙ୍ଗି ତମନ୍ନାଙ୍କ ନିକଟରେ ପହଞ୍ଚିବା ମାତ୍ରେ ଅଭିନେତ୍ରୀଙ୍କ ଟିମ ଏବଂ ତମନ୍ନା ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ବଲିଉଡ ବା ସାଉଥ ଅଭିନେତ୍ରୀ ତମନ୍ନା ଭାଟିଆ ଉଭୟ ପ୍ରୋଫେସନାଲ ଏବଂ ପର୍ସନାଲ ଲାଇଫ ପାଇଁ ଲାଇମଲାଇଟରେ ରୁହନ୍ତି । ଗୋଟିଏ ପଟେ ଅଭିନେତ୍ରୀଙ୍କ ଡ୍ୟାନ୍ସ ନମ୍ବର ‘କାୱାଲା’ ଚର୍ଚ୍ଚାରେ ଥିବାବେଳେ ଅନ୍ୟ ପଟେ ବିଜୟ ବର୍ମାଙ୍କ ସହ ଡେଟ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ସମୟରେ ସୋସିଆଲ ମିଡିଆରେ ତମନ୍ନାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ତମନ୍ନାଙ୍କର ଜଣେ ଫ୍ୟାନ ବ୍ୟାରିକେଡ ଭାଙ୍ଗି ଅଭିନେତ୍ରୀଙ୍କ ସହ ଏପରି କିଛି କରିଥିଲେ ଯେ ସେହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ନିକଟରେ ତମନ୍ନା ଭାଟିଆ କେରଳର ଏକ ଇଭେଣ୍ଟକୁ ଯାଇଥିଲେ । ଯେଉଁଠାରେ ଅଭିନେତ୍ରୀ ସାଢ଼ୀ ସହ ହେଭି ଜୁଏଲାରୀ ପିନ୍ଧିଥିବାର ନଜର ଆସିଥିଲେ । ଏହି ଲୁକରେ ଅଭିନେତ୍ରୀ ବହୁତ ସୁନ୍ଦର ଦେଖାଯାଉଥିଲେ । ତମନ୍ନା ଏହି ଲୁକ ପୁରା କରିବା ପାଇଁ ମିନିମାଲ ମେକଅପ କରିଥିଲେ । ଭାଇରାଲ ହୋଇଥିବା ଏହି ଭିଡିଓରେ ଅଭିନେତ୍ରୀ ଇଭେଣ୍ଟରୁ ବାହାରକୁ ବାହାରିବା ମାତ୍ରେ ତାଙ୍କ ଚାରି ପାଖରେ ସିକ୍ୟୁରିଟି ବ୍ୟବସ୍ଥା କରାଯାଇଥିଲା । ଏପରିକି ବ୍ୟାରିକେଡ ମଧ୍ୟ ଲଗାଯାଇଥିଲା । କିନ୍ତୁ ତମନ୍ନାଙ୍କର ଜଣେ ପାଗଳ ଫ୍ୟାନ ବ୍ୟାରିକେଡ ଭାଙ୍ଗି ଅଭିନେତ୍ରୀଙ୍କ ନିକଟରେ ପହଞ୍ଚିଥିଲେ । ଏହା ପରେ ସେ ଏପରି କିଛି କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଏହି ଫ୍ୟାନଜଣଙ୍କ ବ୍ୟାରିକେଡ ଭାଙ୍ଗି ତମନ୍ନାଙ୍କ ନିକଟରେ ପହଞ୍ଚିବା ମାତ୍ରେ ଅଭିନେତ୍ରୀଙ୍କ ଟିମ ଏବଂ ତମନ୍ନା ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହା ପରେ ଏହି ପାଗଳ ଫ୍ୟାନ ଅଭିନେତ୍ରୀଙ୍କ ହାତ ଧରିନେଇଥିଲେ । ଫ୍ୟାନ ହାତ ଧରିବା ମାତ୍ରେ ତମନ୍ନାଙ୍କ ସିକ୍ୟୁରିଟି ଗାର୍ଡ଼ମାନେ ତାଙ୍କୁ ସେଠାରୁ ହଟାଇ ଦେଇଥିଲେ । କିନ୍ତୁ ଫ୍ୟାନଜଣଙ୍କ ଜିଦ୍ କରିଥିଲେ ଯେ ତାଙ୍କୁ ଥରେ ତମନ୍ନାଙ୍କୁ ଭେଟିବାକୁ ଅନୁମତି ଦିଆଯାଉ ।

ଏହା ପରେ ତମନ୍ନା ସିକ୍ୟୁରିଟିଙ୍କୁ କହିଥିଲେ ତାଙ୍କୁ ସାକ୍ଷାତ କରିବାକୁ ଦିଅ । ଏହି ଫ୍ୟାନ ଆସି ତମନ୍ନାଙ୍କ ସହ ହାତ ମିଳାଇଥିଲେ । ଏହା ସହିତ ସେ ଅଭିନେତ୍ରୀଙ୍କ ସହ ସେଲଫି ନେଇଥିଲେ । ତମନ୍ନାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନ୍ୟପଟେ ତମନ୍ନା ଖୁବ ଶୀଘ୍ର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.