Below header

ଚୀନ୍‌କୁ ବଡ଼ ଝଟ୍‌କା, ପ୍ରତିକୂଳ ପ୍ରଭାବ ପରେ ଟୀକା ପରୀକ୍ଷଣ ରୋକିଲା ବ୍ରାଜିଲ

ଚୀନ୍‌ର କୋଭିଡ୍‌-୧୯ ଭ୍ୟାକସିନ୍‌ର ମାନବ ପରୀକ୍ଷଣକୁ ବନ୍ଦ କଲା ବ୍ରାଜିଲ। କେତେକ ପ୍ରତିକୂଳ ଘଟଣାକୁ ଦୃଷ୍ଟିରେ ରଖି ବ୍ରାଜିଲ ଏଭଳି ପଦକ୍ଷେପ ଗ୍ରହଣ କରିଛି। ପରୀକ୍ଷଣରେ ସାମିଲ ଥିବା ଜଣେ ଭଲ୍ୟୁଣ୍ଟିୟରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ବ୍ରାଜିଲ ଏହାକୁ ତୁରନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ଭ୍ୟାକ୍ସିନ୍‌ର ପରୀକ୍ଷଣ ବନ୍ଦ ହେବା ପରେ ଚୀନ୍‌କୁ ବଡ଼ ଝଟ୍‌କା ଲାଗିଛି। କାରଣ ଏହାର ସଫଳ ପରୀକ୍ଷଣକୁ ଚୀନ୍‌ ବହୁ ଦିନରୁ ଅପେକ୍ଷା କରି ରହିଥିଲା।

ସୋମବାର ଦିନ ଏହି ଭ୍ୟାକସିନ୍‌ର ମାନବ ପରୀକ୍ଷଣ ବନ୍ଦ ହୋଇଥିବା ନେଇ ନିୟାମକ ସଂସ୍ଥା ଅନ୍‌ବିସା ସୂଚନା ଦେଇଛି। ଅନ୍‌ବିସା କହିଛି ଯେ ୨୯ ଅକ୍ଟୋବରରେ ଗମ୍ଭୀର ପ୍ରତିକୂଳ ଘଟଣାର ରିପୋର୍ଟ ସାମ୍ନାକୁ ଆସିବା ପରେ ସେମାନେ ମାନବ ପରୀକ୍ଷଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଭଳି ଘଟଣାରେ ବ୍ୟକ୍ତିଙ୍କ ମୃତ୍ୟୁ, ବିକଳାଙ୍ଗ, ଜନ୍ମ ବିକାର ଭଳି ସମସ୍ୟା ଦେଖାଦେଇଥାଏ।

ଅନ୍ୟପଟେ ଆମେରିକାର ମେଡିସିନ୍‌ କମ୍ପାନୀ ଫାଇଜର ଯେଉଁଦିନ କରୋନା ଭ୍ୟାକ୍‌ସିନ୍‌ ୯୦ ପ୍ରତିଶତ ସଫଳ ହୋଇଥିବା ଘୋଷଣା କରିଥିଲା, ସେହିଦିନ ହିଁ ଚୀନ୍‌ ଫାର୍ମା କମ୍ପାନୀ ସିନୋବାକ୍‌ ବାୟୋଟେକ୍‌କୁ ଧକ୍କା ଲାଗିଥିଲା। ସୂଚନାଯୋଗ୍ୟ ଯେ ଫାଇଜର ଓ ସିନୋବାକ୍‌ର ପରୀକ୍ଷଣ ଏବେ ବ୍ରାଜିଲରେ ହିଁ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.