ଏହି ୩ଟି ଦସ୍ତାବିଜରେ ଝଟପଟ୍‌ ବନାନ୍ତୁ କିସାନ କ୍ରେଡିଟ କାର୍ଡ, ନହେଲେ ଏଠାରେ କରନ୍ତୁ ଅଭିଯୋଗ

କରୋନା ସଂକଟରେ ସରକାର ଆତ୍ମନିର୍ଭର ଭାରତ ଯୋଜନା ଆରମ୍ଭ କରିଛନ୍ତି। ଏହାସହିତ ଅଢ଼େଇ କୋଟି କୃଷକଙ୍କୁ କିସାନ କ୍ରେଡିଟ କାର୍ଡର ସାହାରା ନେଇ ଲୋନ ଦେବାକୁ ଘୋଷଣା କରିଥିଲେ। ଋଣ ନେଇ ଫସଲ କରିବାକୁ ଚାହୁଁଥିବା କୃଷକଙ୍କ ପାଇଁ କେସିସି ସ୍କିମକୁ ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ଯୋଜନାରେ ଲିଙ୍କ୍‌ କରିଦିଆଯାଇଛି।

ପିଏମ କିସାନ ସ୍କିମର ୱେବସାଇଟରେ କେସିସି ଫର୍ମ ଦିଆଯାଉଛି। ଏଥିରେ ପରିସ୍କାର ଭାବରେ ଦିଶାନିର୍ଦ୍ଦେଶ ଜାରି କରାଯାଇଛି ଯେ ବ୍ୟାଙ୍କ କେବଳ ୩ଟି ଦସ୍ତାବିଜ ନିଅନ୍ତୁ ଏବଂ ତାହାର ଆଧାରରେ ହିଁ ଲୋନ ଦିଆଯାଉଛି। କେସିସି ବନାଇବା ପାଇଁ ଆପଣଙ୍କୁ ଆଧାର କାର୍ଡ, ପାନ କାର୍ଡ ଏବଂ ଫଟୋ କପି ଦରକାର ପଡିବ। ଏହାସହିତ ଏକ ଶପଥ ପତ୍ର ଦେବାକୁ ହେବ, ଯେଉଁଥିରେ ଏହା ଆପଣଙ୍କୁ କହିବାକୁ ହେବ ଯେ ଆପଣ କୌଣସି ଅନ୍ୟ ବ୍ୟାଙ୍କରୁ ଋଣ ନେଇନାହାଁନ୍ତି। ବର୍ତ୍ତମାନ ପ୍ରାୟ ୬୧୬୭ କୋଟି କୃଷକଙ୍କର ଖାତା ରହିଛି।

କେଉଁଠି ବନାଇପାରିବେ କିସାନ କ୍ରେଡିଟ୍‌ କାର୍ଡ

  • କୋ-ଅପରେଟିଭ ବ୍ୟାଙ୍କ
  • କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ
  • ନ୍ୟାସନାଲ ପେମେଣ୍ଟସ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ
    ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ
    ଇଣ୍ଡଷ୍ଟ୍ରିୟାଲ ଡେଭଲମେଣ୍ଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ

ଡାଉନଲୋଡ୍‌ କରନ୍ତୁ ଫର୍ମ

କିସାନ କ୍ରେଡିଟ୍‌ କାର୍ଡର ଫର୍ମ ଡାଉନଲୋଡ୍‌ କରିବା ପାଇଁ ଅଫିସିଆଲ େଓ୍ଵବସାଇଟ କୁ ଯାଆନ୍ତୁ। େଓ୍ଵବସାଇଟରେ ଫର୍ମର ଟ୍ୟାପର ଡାହାଣ ପାର୍ଶ୍ୱରେ ଡାଉନଲୋଡ କିସାନ କ୍ରେଡିଟ କାର୍ଡ ଫର୍ମର ବିକଳ୍ପ ଦିଆଯାଇଛି। ସେଠାରେ ଫର୍ମକୁ ପ୍ରିଣ୍ଟ କରନ୍ତୁ ଏବଂ ନିକଟସ୍ଥ ବ୍ୟାଙ୍କକୁ ଯାଇ ଜମା କରିପାରିବେ। ସରକାର ଏହି କାର୍ଡର ବୈଧତା ପାଞ୍ଚ ବର୍ଷ ରଖିଛନ୍ତି। ଏହାର ଅଭିଯୋଗ ପାଇଁ ମଧ୍ୟ ପୋର୍ଟାଲ ତିଆରି ହୋଇଛି, ଯେଉଁଠାରେ ଆପଣ ଆପଣଙ୍କ ଅଭିଯୋଗ କରିପାରିବେ।

କେସିସିରେ କେତେ ନେଇପାରିବେ ଋଣ

କିସାନ କ୍ରେଡିଟ କାର୍ଡରେ ୩ ଲକ୍ଷ ଟଙ୍କା ପଯ୍ୟର୍ନ୍ତ ଋଣ ନେଇପାରିବେ। ଯଦିଓ ଲୋନରେ ସୁଧ ୯ ପ୍ରତିଶତ ରହିଛି, କିନ୍ତୁ କିସାନ କ୍ରେଡିଟ କାର୍ଡରେ ସରକାର ୨ ପ୍ରତିଶତ ସବସିଡି ଦେଉଛନ୍ତି। ଏହିପରି ଭାବେ କିସାନ କ୍ରେଡିଟ କାର୍ଡରେ କୃଷକଙ୍କୁ ୭ ପ୍ରତିଶତ ଦରରେ ଲୋନ ମିଳିଥାଏ। ଏହାକୁ ବି ଯଦି ଆପଣ ପୂର୍ବରୁ ଲୋନ ଭରିଦେଲେ, ତାହେଲେ ସେମାନଙ୍କୁ ସୁଧ ଉପରେ ୩ ପ୍ରତିଶତ ପଯ୍ୟର୍ନ୍ତ ରିହାତି ମିଳିବ। ଅର୍ଥାତ ଯଦି ଆପଣ ସମୟ ପୂର୍ବରୁ ଲୋନ ସୁଝିଦେଲେ ତାହେଲେ ମୋଟ ସୁଧ ୪ ପ୍ରତିଶତ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.