ଗଭୀର ଖାଲ ଉପରେ ଝୁଲି ରହିଛି ଏହି ହୋଟେଲ, ଜୀବନକୁ ବାଜି ଲଗାଇ ଫଟୋ ଉଠେଇବାକୁ ଆସନ୍ତି ଲୋକେ

କିଛି କରିଦେଖାଇବାର ଜୋସ୍‌ ରଖୁଥିବା ଲୋକମାନେ କୌଣସି କାର୍ଯ୍ୟ କରିବାକୁ ପଛାନ୍ତି ନାହିଁ। ଏମାନେ ଅସମ୍ଭବକୁ ସମ୍ଭବରେ ପରିଣତ କରିଥାନ୍ତି। କଲମ୍ବିଆର ଏକ ପର୍ବତାରୋହୀ ଏମିତି ଏକ ଅଦ୍ଭୁତ କାମ କରି ଦେଖାଇଛନ୍ତି ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। ସେ ଏକ ଖାଲ ଭିତରେ ହାଷ୍ଟଲନୁମା ନାମକ ଏକ ହୋଟେଲ ବା ଲଜ ତିଆରି କରିଛନ୍ତି। ଏହି ହୋଟେଲ କଲମ୍ବିଆ ପାହାଡ ଉପରେ ଓ ଭୂମିରୁ ୩୦ ମିଟର ଉଚ୍ଚତାରେ ପବନରେ ଝୁଲି ରହିଛି।

hotel3

ଏହି ହୋଟେଲର ଆଉ ଏକ ବିଶେଷତା ରହିଛି ଯେ ଏହା ଉପରେ ପର୍ଯ୍ୟଟକମାନଙ୍କ ପାଇଁ ଅନେକ ସ୍ୱିଙ୍ଗ୍‌ ସିଟ୍‌ ଟଙ୍ଗାଯାଇଛି ,ଯାହାଦ୍ୱାରା ସେମାନେ ଉପରେ ଥିବା ସୁନ୍ଦର ଦୃଶ୍ୟକୁ ଉପଭୋଗ କରିପାରିବେ। ଝୁଲାଟି ମଧ୍ୟ ଭୂମି ଠାରୁ ୨୦ ମିଟର ଉଚ୍ଚରେ ରହିଛି ଓ ଏଠାରେ ଶୋଇ ଖୁବ ଆନନ୍ଦର ସହିତ ଦୃଶ୍ୟକୁ ଉପଭୋଗ କରିହେବ। ଏହା ଭୂମି ଠାରୁ ୩୦ ମିଟର ଉଚ୍ଚତାରେ ରହିଥିବା ବେଳେ ସମୁଦ୍ର ତଳ ଠାରୁ ୨୫୦୦ ମିଟର ଉଚ୍ଚତାରେ ରହିଛି। କାଠରେ ତିଆରି ହୋଇଥିବା ଏହି ହୋଟେଲ ଉପରେ ଟିଣର ଛାତ ରହିଛି। ଏହା ସହିତ ସେରୋ ଭିସେଣ୍ଟେ ନାମକ ଐତିହାସିକ ପଥର ମଧ୍ୟ ଏଥିରେ ଲାଗି ରହିଛି। ଆପଣ ଏହି ସ୍ଥାନରେ ଛିଡା ହେଲେ ଆପଣଙ୍କୁ କଲମ୍ବିଆର ଆଣ୍ଟିଓକ୍କିଆ ଅଞ୍ଚଳର ଅବେଜୋରାଲ ଗ୍ରାମ ଦେଖାଯିବ। ଏଠାରେ ରହିଥିବା କଫି ଚାଷ ଜମିର ଦୃଶ୍ୟ ମଧ୍ୟ ଦେଖିବାକୁ ଖୁବ ସୁନ୍ଦର ଲାଗିଥାଏ।

hotel2

ଏହି ହୋଟେଲକୁ ଆସିବା ପାଇଁ ଏକ ତାରରେ ତିଆରି ପୋଲ ରାସ୍ତା ରହିଛି। କିନ୍ତୁ ଏଠାରେ ଖାଇବା ପିଇବାର ଏତେ ସୁବିଧା ନାହିଁ। ଯଦି ଆପଣ ଏଠାକୁ ବୁଲିବା ପାଇଁ ଆସୁଛନ୍ତି ତେବେ ସାଙ୍ଗରେ କିଛି ଖାଇବା ପଦାର୍ଥ ଓ ୪ ରୁ ୫ ବୋତଲ ପାଣି ନେଇ ଯାଆନ୍ତୁ।

ତେବେ ଏହି ଅଦ୍ଭୁତ ଏବଂ ରୋମାଞ୍ଚକ ହୋଟେଲର ଚିନ୍ତାଧାରା ଏବଂ ଏହାକୁ ତିଆରି କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି କଲମ୍ବିଆନ ପର୍ବତାରୋହୀ ନିଲ୍ଟୋନ ଲୋପେଜ।ଏହି ନିଆରା ହୋଟେଲକୁ ତିଆରି କରିବା ତାଙ୍କର ଏକ ସ୍ୱପ୍ନ ଥିଲା ବୋଲି ସେ ରୁଷିଆ ଟୁଡେର ଏକ ଇଣ୍ଟରଭିୟୁରେ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.