Below header

ଗୋଟିଏ ବେଦୀ, ଜଣେ ବର ହେଲେ ଦୁଇ ଜଣ କନ୍ୟା . . ଜଣେ ପତ୍ନୀ ଆଉ ଜଣେ ପ୍ରେମିକା

ସାଧରଣତଃ କୌଣସି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ତୃତୀୟ କେହି ଆସିଲେ ସେମାନଙ୍କ ମଧ୍ୟ ଝଗଡା ହୋଇଥାଏ । ଜଣେ ସ୍ତ୍ରୀ ସବୁ କିଛି ସହିପାରେ କିନ୍ତୁ ସ୍ବାମୀଙ୍କ ପ୍ରେମ ଆଉ କାହା ସହ ବାଣ୍ଟି ପାରେ ନାହିଁ । କିନ୍ତୁ ଛତିଶଗଡର ଜଶପୁରରେ ଦେଖିବାକୁ ମିଳିଛି ଠିକ୍ ଓଲଟା । ଜଣେ ପତ୍ନୀ ନିଜ ସ୍ବାମୀଙ୍କୁ ତାଙ୍କ ପ୍ରେମିକା ସହ ଦ୍ବିତୀୟ ବିବାହ କରାଇଛନ୍ତି । କେବଳ ସେତିକି ନୁହେଁ ମହିଳା ଜଣକ ନିଜେ ମଧ୍ୟ ସ୍ବାମୀଙ୍କ ସହ ସେହି ବେଦୀରେ ଦ୍ବିତୀୟ ଥର ପକାଇଛନ୍ତି ହାତଗଣ୍ଠି ।

ସୂଚନା ଅନୁସାରେ, ବର ସାଜିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ସ୍ଥାନୀୟ ଅଂଚଳର ଅନୀଲ୍ ପେଙ୍କରା । ଯିଏକି ସିଆରପିଏଫରେ କାର‌୍ୟ୍ୟରତ ଯବାନ୍ । ଚାରି ବର୍ଷ ପୂର୍ବରୁ ବିବାହ କରି ସାରିଥିବା ଅନୀଲ୍ କିଛି ଦିନ ତଳେ ଅଙ୍ଗନବାଡିରେ କାମ କରୁଥିବା ଜଣେ ଯୁବତୀ ଅମ୍ବାଙ୍କୁ ପ୍ରେମ କରିବସିଲେ ।

ଘଟଣା ସାମ୍ନାକୁ ଆସିବା ପରେ ଅନୀଲଙ୍କ ପତ୍ନୀ ତାଙ୍କୁ ଦ୍ବିତୀୟ ବିବାହ କରିବା ପାଇଁ କହିଥିଲେ । କାରଣ ଅନୀଲ୍ ଅଧିକ ସମୟ ପ୍ରେମିକା ଏବଂ କମ୍ ସମୟ ପତ୍ନୀଙ୍କ ସହ ବିତାଉଥିଲେ । ତେବେ ପତ୍ନୀଙ୍କ ସହମତିରେ ଖୁବ୍ ଧୁମଧାମରେ ଅନୀଲଙ୍କ ଦ୍ବିତୀୟ ବିବାହ ହୋଇଥିଲା । ତେବେ ବିବାହ ସମୟରେ ବେଦୀରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ । ଗୋଟିଏ ବେଦୀରେ ଥିଲେ ଜଣେ ବର ଏବଂ ଦୁଇ ଜଣ କନ୍ୟା । ଅର୍ଥାତ୍ ଅନୀଲଙ୍କ ସହ ଥିଲେ ଉଭୟ ପତ୍ନୀ ଏବଂ ପ୍ରେମିକା । ଆଉ ଉଭୟ ଥିଲେ କନ୍ୟା ବେଶରେ ।

ଅନ୍ୟପଟେ ଅନୀଲଙ୍କ କହିବା ଅନୁଯାୟୀ ପତ୍ନୀଙ୍କଠାରୁ କୌଣସି ସନ୍ତାନ ନହେବାରୁ ସେ ଦ୍ବିତୀୟ ବିବାହ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.