ଟିମ୍ ଇଣ୍ଡିଆର ଏହି ଷ୍ଟାର କ୍ରିକେଟର ଗର୍ଲଫ୍ରେଣ୍ଡଙ୍କ ସହିତ କଲେ ବିବାହ, ସୋସିଆଲ ମିଡିଆରେ ଫଟୋ ହେଉଛି ଭାଇରାଲ

ଟିମ୍ ଇଣ୍ଡିଆର ନୂଆ ଚର୍ଚ୍ଚିତ ଖେଳାଳୀ ହନୁମା ବିହାରୀ ବିବାହ କରିନେଇଛନ୍ତି। ରବିବାର ହୋମଟାଉନ ହନନମକୋଣ୍ଡା, ୱାରଙ୍ଗଲରେ ନିଜର ପ୍ରେମିକା ଫ୍ୟାସନ ଡିଜାଇନର ପ୍ରୀତି ରାଜଙ୍କୁ ବିବାହ କରିଛନ୍ତି।

ଦୁହେଁ ବହୁତ ଦିନ ହେବ ଦୁହିଁଙ୍କୁ ଡେଟ୍ କରୁଥିଲେ। ବିବାହ ସମାରୋହରେ ପ୍ରାୟ ୧୫୦୦ ଅତିଥି ଉପସ୍ଥିତ ଥିଲେ। ପ୍ରୀତିଙ୍କ ସହରରେ ଏହି ବିବାହ ତେଲୁଗୁ ପରମ୍ପପରାରେ ସମ୍ପର୍ଣ୍ଣ ହେଲା। ଧଳା ସେରୱାନୀ ଏବଂ ସିଲ୍କ ଧୋତି ପିନ୍ଧି ହନୁମା ବିହାରି ନିଜର ଇନଷ୍ଟାଗ୍ରାମ ପେଜରେ ବିବାହର ଫଟୋ ସେୟାର କରିଛନ୍ତି।

ପ୍ରୀତି ଲାଲ ଏବଂ କ୍ରୀମ୍ ରଙ୍ଗର କାଞ୍ଜିବରମ୍ ସାଢ଼ୀରେ ଥିଲେ। ହନୁମା ଫଟୋ ସେୟାର କରି ଲେଖିଛନ୍ତି, ‘ତୁମ ଚେହେରାରେ ଏହି ହସକୁ ସବୁଦିନ ରହିବା ପାଇଁ ପ୍ରତିଶ୍ରୁତି କରୁଛି। ଆଇ ଲଭ୍ ୟୁ। ଆପଣ ସମସ୍ତଙ୍କ ଭଲ ପାଇବା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ।’

hanuma vihariଭାରତୀୟ କ୍ରିକେଟ ଟିମର ଫିଲ୍ଡିଂ କୋଚ୍ ଆର ଶ୍ରୀଧର ମଧ୍ୟ ଏହି ବିବାହରେ ସାମିଲ ହୋଇଥିଲେ। ସେ ନିଜର ସୋସିଆଲ ମିଡିଆରେ ଦୁହିଁଙ୍କ ବିବାହ ର ଫଟୋକୁ ପୋଷ୍ଟ କରିଛନ୍ତି। ହନୁମା ଏବଂ ପ୍ରୀତି ୨୩ ଅକ୍ଟୋବରରେ ହାଇଦରାବାଦରେ ନିର୍ବନ୍ଧ କରିଥିଲେ।

ହନୁମା ବିହାରୀ ଗତ ବର୍ଷ ଟେଷ୍ଟରେ ଡେବ୍ୟୁ କରିଥିଲେ। ସେ ସେପ୍ଟେମ୍ବର ୨୦୧୮ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିଲେ। ପ୍ରଥମ ମ୍ୟାଚରେ ହିଁ ସେ ଅର୍ଦ୍ଧଶତକ ଲଗାଇଥିଲେ ଏବଂ ୫୬ ରନ କରିଥିଲେ। ଅବଶ୍ୟ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜରେ ତାଙ୍କୁ ସୁଯୋଗ ମିଳିନଥିଲା। ହନୁମା ଏବେ ପର‌୍ୟ୍ୟନ୍ତ ୪ଟି ଟେଷ୍ଟ ମ୍ୟାଚ୍ ଖେଳିସାରିଛନ୍ତି।

 

 

View this post on Instagram

 

I promise to keep that smile on you forever! I love you. ♥️ . . Thanks everyone for you love and wishes.🤗

A post shared by hanuma vihari (@viharigh) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.