ଆମେରିକା ବଜାରରେ ବିକ୍ରି ହେଉଛି ହିନ୍ଦୁ ଦେବାଦେବୀଙ୍କ ଫଟୋ ଥିବା ମ୍ୟାଟ୍, ଯାହାକୁ ନେଇ ଟଏଲେଟ୍‌ ଏବଂ ଗାଧୋଇବା ଘରେ ପକାଉଛନ୍ତି ଲୋକେ

ୱାଶିଂଟନ: ହିନ୍ଦୁ ପରମ୍ପରାରେ ଭଗବାନଙ୍କ ସ୍ଥାନ ସବୁଠୁ ଉଚ୍ଚରେ । କେବଳ ହିନ୍ଦୁ ନୁହେଁ ବରଂ ସବୁ ଧର୍ମର ଲୋକେ ନିଜର ଭଗବାନଙ୍କୁ ଉଚ୍ଚରେ ହିଁ ରଖିଥାନ୍ତି । ତେବେ ଯଦି କେତେବେଳେ ଆମେ ପୂଜା କରୁଥିବା ଭଗବାନଙ୍କ ଫଟୋ ବାଥ୍‌ରୁମ୍‌ କିମ୍ବା ଟଏଲେଟରେ  ଦେଖିବାକୁ ପାଇବା ତେବେ ଆମକୁ ଯାହା ଲାଗିବ ତାହା ପ୍ରକାଶ କରିବା ଅସମ୍ଭବ ।

ଏହି କଥା କହିବାର କାରଣ ଏମିତି ଏକ ଘଟଣା ଘଟିଛି ଆମେରିକାରେ। ଆମେରିକାର ଇ-କମ୍ପାନୀ ବେଫେୟର ହିନ୍ଦୁ ଭଗବାନଙ୍କ ଫଟୋ ଥିବା ମ୍ୟାଟ୍ ବିକ୍ରି କରୁଥିବା ଜଣାପଡିଛି। ଏହି ଆସନ ଗୁଡିକ ଟଏଲେଟ୍‌ ଏବଂ ଗାଧୁଆ ଘରେ ପଡିଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା।

sivସୂଚନା ଅନୁଯାୟୀ, ଏହି ମ୍ୟାଟ୍ ରେ ଭଗବାନ ଗଣେଶଙ୍କ ଫଟୋ ଥିବା ଦେଖିବାକୁ ମିଳିଛି । ଆମେରିକା ବଜାରରେ କେବଳ ଗଣେଶ ନୁହଁ , ଭଗବାନ ଶିବଙ୍କର ମଧ୍ୟ ଏମିତି କିଛି ଫଟୋ ବିକ୍ରି ହେଉଥିବା ସୂଚନା ମିଳିଛି। ଏହି ଫଟୋ ଗୁଡିକୁ ପ୍ରାୟ ୩୮ ଡଲାରରେ ବିକ୍ରି କରାଯାଉଛି।

Leave A Reply

Your email address will not be published.