Below header

“୬୩ଟି କେନ୍ଦ୍ରରେ ସକାଳ ୮ଟାରୁ ଗଣନା, ନିଯୁକ୍ତ ହେବେ ୬୭୦୦ କର୍ମଚାରୀ” ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

୪୮ ଘଣ୍ଟାରୁ କମ୍ ସମୟ ରହିଲା। ୨୩ ତାରିଖ ରେଜଲ୍ଟ ଡେ। ରାଜ୍ୟର ୨୧ଟି ଲୋକସଭା ଓ ୧୪୬ ବିଧାନସଭା ପାଇଁ ଭୋଟ ଗଣତି କରାଯିବ। ସକାଳ ୮ଟାରୁ ହେବ କାଉଣ୍ଟିଂ। ଏଥିପାଇଁ ରାଜ୍ୟରେ ୬୩ଟି ଗଣତି କେନ୍ଦ୍ର କରାଯାଇଛି। ଗୋଟିଏ କେନ୍ଦ୍ରରେ ୧୪ଟି ଟେବୁଲ୍ରେ ଭୋଟ ଗଣତି କରାଯିବ। ମୋଟ୍ ୨ ହଜାର ୫୦୦ଟି ଟେବୁଲ କରାଯାଇଛି। ଗଣତି କାମରେ ନିୟୋଜିତ ହେବେ ମୋଟ୍ ୬ ହଜାର ୭୦୦ କର୍ମଚାରୀ। ଗଣତିକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ନିର୍ବାଚନ କମିଶନ।

ପ୍ରତି ଟେବୁଲରେ ଜଣେ ମାଇକ୍ରୋ ଅବଜରଭର ରହିବେ। ଜଣେ ଅବଜରଭର ୩ଟି କାଉଣ୍ଟିଂ ହଲ୍ର ସୁପରଭାଇଜ କରିବେ। ଜଣେ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ ବି ରହିବେ। ସର୍ବନିମ୍ନ ୧୪,ସର୍ବାଧିକ ୪୯ ରାଉଣ୍ଡରେ ଭୋଟଗଣତି ହେବ। ୧୯ ରାଉଣ୍ଡରେ ସରିବ ସମ୍ବଲପୁର ବିଧାନସଭା ଗଣତି। ପାଟଣାଗଡ଼ରେ ୪୯ ରାଉଣ୍ଡରେ ଭୋଟ ଗଣତି ହେବ। ପ୍ରଥମେ ପ୍ରଥମେ ଗଣତି କରାଯିବ ୧ଲକ୍ଷ ପୋଷ୍ଟାଲ ବାଲଟ୍ । ଭୋଟ ଗଣତି କେନ୍ଦ୍ର ଭିତରକୁ ମୋବାଇଲ୍ ଫୋନ, କ୍ୟାମେରା ଆଦି ନେବା ମନା। ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ମୁତୟନ ହେବେ ପୋଲିସ ଅଧିକାରୀ ଓ କର୍ମଚାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.