Below header

ଲାଣ୍ଡଫଲ୍‌ କଲା ବାତ୍ୟା ମାଣ୍ଡୋସ୍‌: ଆଜି ମଧ୍ୟାହ୍ନ ସୁଦ୍ଧା ଅବପାତରେ ହେବ ପରିଣତ

ଲାଣ୍ଡଫଲ୍‌ କଲା ବାତ୍ୟା ମାଣ୍ଡୋସ୍‌ । ତାମିଲନାଡୁ ଉପକୂଳର ମହାବଳିପୁରମ୍‌ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା । ଆଜି ଭୋର୍‌ରେ ମାଣ୍ଡୋସର ଲାଣ୍ଡଫଲ୍‌ ସରିଛି । ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ପଡ଼ିଛି ବାତ୍ୟା । ଏବେ ଡିପ୍‌ ଡିପ୍ରେସନ୍‌ ବା ଗଭୀର ଅବପାତରେ ପରିଣତ ହୋଇଛି । ଗଭୀର ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ଦୁର୍ବଳ ହେବ ।

ଆଜି ମଧ୍ୟାହ୍ନ ସୁଦ୍ଧା ଏହା ଅବପାତରେ ପରିଣତ ହେବ । ବାତ୍ୟା ସାଙ୍ଗରେ ନେଇ ଆସିଥିଲା ଭୀଷଣ ବର୍ଷା ପବନ । ଲାଣ୍ଡଫଲ୍‌ କରିବା ପରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା ହୋଇଛି । ପଟିନାମ୍ପକକାମରେ ମୂଳଷଧାରାରେ ବର୍ଷା ସାଙ୍ଗକୁ ପ୍ରବଳ ପବନ ହୋଇଥିଲା । ସେହିପରି ରାନିପେଟ୍ଟାଇ, ଭେଲୋର, ଭିଲୁପୁରମ୍‌, ସାଲେମ୍‌, କାଲାକ୍କୁରୁଚି, ତିପୁପାଟୁର ଜିଲ୍ଲା ସମେତ ଚେନ୍ନାଇରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ।

ତାମିଲାନଡୁରେ ପବନରେ କିଛି ସ୍ଥାନରେ ଗଛ ଉପୁଡ଼ିବା ସହ ଭାଙ୍ଗିଛି । ବର୍ଷା ପବନରେ ଭାଙ୍ଗିଛି କଚ୍ଚା ଘର । ସମୁଦ୍ର ସ୍ଥଳଭାଗ ଆଡକୁ ମାଡ଼ି ଆସିଥିଲା । ଏବେ ଗଭୀରତ ଅବପାତ ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଆଗକୁ ବଢୁଛି । ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ମୁହାଁ ହୋଇଛି ଡିପ୍‌ ଡିପ୍ରେସନ୍‌ । ଏହାର ପ୍ରଭାବରେ ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ଉପକୂଳ ଅଞ୍ଚଳରେ ଏବେ ଘଣ୍ଟାପ୍ରତି ୫୫-୬୫ କିଲୋମିଟର ବେଗରେ ପବନ ବହୁଛି । ଏହା ବଢ଼ି ୭୫ କିଲୋମିଟର ଛୁଇଁପାରେ । ବାତ୍ୟା ପ୍ରଭାବରେ ଓଡ଼ିଶାରେ ପାଗ କୋହଲା ରହିବା ସହ ଭୁବନେଶ୍ୱର ଓ କଟକ ଆଜି ସ୍ଥାନରେ ଝିପିଝିପି ବର୍ଷା ବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.