Below header

କୋଇଲା ହାତରେ ଖାଦ୍ୟ ଛୁଇଁ ଦେଇଥିଲେ ଦଳିତ ଯୁବକ, ସେଥିପାଇଁ ମିଳିଲା ଏଭଳି ଦଣ୍ଡ

ଉତ୍ତରପ୍ରଦେଶର ବାଲିୟା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଜଣେ ଦଳିତ ଶ୍ରେଣୀୟ ଲୋକ କୋଇଲା ହାତରେ ଖାଦ୍ୟ ଛୁଇଁ ଦେଇଥିବାରୁ ଚାରିଜଣ ଲୋକ ମିଶି ଚିମୁଟା ଓ ତ୍ରିଶୂଳରେ ମାରି ଲୋକଟିକୁ ଗୁରୁତର ଭାବେ ଆହତ କରିଦେଇଛନ୍ତି ।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଏଠାକାର ବିସୁନପୁର ଗ୍ରାମରେ ଗତକାଲି ଏକ ଭୋଜିର ଆୟୋଜନ କରାଯାଇଥିଲା । ତେବେ ଏଥିରେ ୩୦ ବର୍ଷୀୟ ଉପେନ୍ଦ୍ର ରାମ ନାମକ ଜଣେ ଦଳିତ ଯୁବକ କୋଇଲା ଲାଗିଥିବା ହାତରେ ଖାଦ୍ୟକୁ ଛୁଇଁ ଦେଇଥିଲେ । ଯେଉଁ କାରଣରୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାକୁ ଲୁହା ଚିମୁଟା ଓ ତ୍ରିଶୂଳରେ ମାରି ଗମ୍ଭୀର ଭାବେ ଆହତ କରିଦେଇଥିଲେ । ତେବେ ବର୍ତ୍ତମାନ ଅଭିଯୁକ୍ତ ମାନଙ୍କୁ ଖୋଜିବାକୁ ଚେଷ୍ଟା କରାଯାଇଛି ବୋଲି ପୋଲିସ କହିଛି ଏବଂ ଅତିଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.