ବାପା ପୂରଣ କଲେନି ଅଳି, ମୋବାଇଲ ଦେଲେନି ବୋଲି ଝୁଲିପଡିଲେ ୨୪ ବର୍ଷୀୟ ଯୁବତୀ

ମୋବାଇଲ ମିଳିଲାନି ବୋଲି ଆତ୍ମହତ୍ୟା କଲେ ୨୪ ବର୍ଷୀୟ ଯୁବତୀ । ଯୁବତୀ ଜଣକ ଘରେ ମୋବାଇଲ ପାଇଁ ଜିଦି କରିଥିଲେ । ଘର ଲୋକେ ମୋବାଇଲ ଦେଲେନି ବୋଲି ଯୁବତୀ ଜଣକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସକୁ ଘଟଣା ବିଷୟରେ ସୂଚନା ମିଳିବା ପରେ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଏହି ମାମଲାରେ ତଦନ୍ତ କରୁଛି ।

ଖବର ମୁତାବକ, ଉତ୍ତରପ୍ରଦେଶ ବବେରୁ କୋତଓ୍ଵାଲି କମାସିନ ରୋଡରେ ରାମନାରାୟଣ ନିଜ ପରିବାର ସହିତ ରହୁଥିଲେ। ତାଙ୍କର ୩ଟି ପଚଅ ଏବଂ ୩ ଝିଅ ରହିଛନ୍ତି। ରାମନାରାୟଣଙ୍କ ୨୪ ବର୍ଷୀୟ ଝିଅ ରକ୍ଷା ସୋନୀ ନିଜ ବାପାଙ୍କୁ ମୋବାଇଲ ଫୋନ ମାଗିଥିଲେ । ଘରେ ବାପାଙ୍କର ସମସ୍ୟା କଥା କହି ମୋବାଇଲ ଦେବା କଥା ମନା କରିଦେଇଥିଲେ ।

ଏହାପରେ ମଧ୍ୟ ଆଉଥରେ ନୂଆ ମୋବାଇଲ ପାଇଁ ଦାବି କରିଥିଲେ । ତା’ ପରେ ବାପା ମନା କରିଦେଇ ପୁଅ ସହିତ ଦୋକାନକୁ ଚାଲିଯାଇଥିଲେ । ଏହା ମଧ୍ୟରେ ଯୁବତୀ ଜଣକ ରୁମକୁ ଯାଇ ବେକରେ ରଶି ଲଗାଇ ଫ୍ୟାନରେ ଝୁଲିପଡିଥିଲେ । ରାତିରେ ପରିବାର ଲୋକେ ଝିଅକୁ ନ ପାଇବାରୁ ବହୁତ ଡାକିଥିଲେ । କିନ୍ତୁ କୌଣସି ଉତ୍ତର ନ ମିଳିବାରୁ ରୁମକୁ ଯାଇ ଦେଖିବା ବେଳକୁ ଝିଅ ଝୁଲିପଡିଥିବା ଦେଖିବାକୁ ପାଇଥିଲେ ।

ଏହି ମାମଲାରେ ବାନ୍ଦାର ଡିଏସପି ରାକେଶ କୁମାର ସିଂହ କହିଛନ୍ତି, ୨୪ ବର୍ଷୀୟ ଯୁବତୀ ଜଣକ ମୋବାଇଲ ଯୋଗୁଁ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଶବକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ମାମଲାରେ ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.