ଅଷ୍ଟ୍ରେଲିଆ ସରକାରଙ୍କ ବଡ଼ ନିଷ୍ପତ୍ତି: ୫ ଡଲାରର ମୁଦ୍ରା ନୋଟ୍‌ରୁ ହଟିବ ମହାରାଣୀ ଏଲିଜାବେଥ୍‌ଙ୍କ ଫଟୋ

ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ନିଧନ ପରେ ଅଷ୍ଟ୍ରେଲିଆ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ଅଷ୍ଟ୍ରେଲିଆରେ ପାଞ୍ଚ ଡଲାରର ମୁଦ୍ରା ନୋଟରେ ମହାରାଣୀ ଏଲିଜାବେଥ୍‌ଙ୍କ ଫଟୋ ଆଉ ଦେଖାଯିବ ନାହିଁ, ତାଙ୍କ ଜାଗାରେ ଅଷ୍ଟ୍ରେଲିଆ ନିଜର ସ୍ୱଦେଶୀ ସଂସ୍କୃତିର ଇତିହାସକୁ ପ୍ରତିବିମ୍ବିତ କରିବ।

ଅଷ୍ଟ୍ରେଲିଆର ରିଜର୍ଭ ବ୍ୟାଙ୍କ ତରଫରୁ ଜାରି ବୟାନ ମୁତାବକ, ସଂଘୀୟ ସରକାରଙ୍କ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଯଦିଓ ଏହା ସ୍ପଷ୍ଟ ହୋଇଛି ଯେ ନୋଟର ଅନ୍ୟ ପାର୍ଶ୍ୱରେ ଅଷ୍ଟ୍ରେଲିଆ ସଂସଦର ଫଟୋ ରହିବ।

ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ କହିଛନ୍ତି ଯେ ପାଞ୍ଚ ଡଲାର ନୋଟରେ ମହାରାଣୀଙ୍କ ଫଟୋ ଏଥିପାଇଁ ଲଗାଯାଇଥିଲା କି, ସେ ମହାରାଣୀ ଥିଲେ, ତା’ ନୁହେଁ, ବରଂ ଏହି ଫଟୋ ତାଙ୍କ ବ୍ୟକ୍ତିତ୍ୱକୁ ଦର୍ଶାଇଥାଏ। କହି ରଖୁଛୁ, ସେପ୍ଟେମ୍ବର ୨୦୨୨ରେ ଅଷ୍ଟ୍ରେଲିଆ ସ୍ପଷ୍ଟ କରିଥିଲା କି, ମହାରାଣୀ ଏଲିଜାବେଥଙ୍କ ପରେ କିଙ୍ଗ ଚାର୍ଲ୍ସଙ୍କ ଫଟୋ ନୋଟରେ ଛପା ହେବ ନାହିଁ। ଏହା ବଦଳରେ ଅଷ୍ଟ୍ରେଲିଆ ପ୍ରତିବିମ୍ବକୁ ଜାଗା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.