Below header

ଆନ୍ଦୋଳନକାରୀଙ୍କ ସହ ମିଶି DCP ଗାଇଲେ ରାଷ୍ଟ୍ରୀୟ ସଙ୍ଗୀତ, କିପରି ରହିଛି ମାହୋଲ ଦେଖନ୍ତୁ ଭିଡିଓ

କେନ୍ଦ୍ରସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନାଗରିକତା କାନୁନ (CAA)କୁ ନେଇ ସାରାଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । ତେବେ କର୍ଣ୍ଣାଟକରେ ମଧ୍ୟ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି । ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ସମୟରେ ହିଂସା ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହାମଧ୍ୟରେ ବାଙ୍ଗାଲୋରରୁ ଆସିଥିବା ଏକ ଭିଡିଓ ଦେଖିଲେ ଆପଣଙ୍କ ମନକୁ ଶାନ୍ତି ମିଳିବ । ଏଠାରେ ଗତ ଗୁରୁବାରଦିନ CAA ବିରୋଧରେ ପ୍ରତିବାଦ କରିବା ସମୟରେ କିଛି ଏପରି ଘଟିଛି ଯାହା ଦେଶର ଏକତା ଏବଂ ଅଖଣ୍ଡତାର ବିଶ୍ୱାସକୁ ଆହୁରି ମଜବୁତ କରିଦେଇଛି ।

 

 

Image result for Bengaluru DCP gave a lesson of unity, sang national anthem with protesters

ବାଙ୍ଗାଲୋରର ସେଣ୍ଟ୍ରାଲ ଡିସିପି ଚେତନ ସିଂ ରାଠୋର ପ୍ରଦର୍ଶନକାରୀମାନଙ୍କ ଭିତରେ ପଶି ସେମାନଙ୍କୁ ଏକତା ବିଷୟରେ ଏପରି ଶିକ୍ଷା ଦେଇଥିଲେ ଯାହା ସାଧାରଣରେ କେବେ ଦେଖିବାକୁ ମିଳେନାହିଁ । ଏହାପରେ ପ୍ରଦର୍ଶନକାରୀମାନେ ମଧ୍ୟ ମିଶି ଡିସିପି ରାଠୋରଙ୍କ ସ୍ୱରରେ ସ୍ୱର ମିଶାଉଥିବାର ନଜର ଆସିଥିଲେ ।

ନିକଟରେ CAAକୁ ନେଇ ବାଙ୍ଗାଲୋରର ଟାଉନ ହଲରେ ଗୁରୁବାର ଦିନ ବିରୋଧ ପ୍ରଦର୍ଶନ କରାଯାଇଥିଲା । ସେହି ସମୟରେ ସୁରକ୍ଷା କମାଣ୍ଡ ଡିସିପି ଚେତନ ସିଂ ରାଠୋର ସମ୍ଭାଳୁଥିଲେ କିନ୍ତୁ ଯେତେବେଳେ ମାହୋଲ ଅଧିକ ଗରମ ହେବାରେ ଲାଗିଲା ସେ ନିଜେ ଭିଡ଼ ଭିତରେ ପଶି ଆନ୍ଦୋଳନକାରୀଙ୍କୁ ତାଙ୍କ ଉପରେ ଭରସା କରିବାକୁ କହିଲେ ଏବଂ ସାଥିରେ ମିଶି ରାଷ୍ଟ୍ରି ସଂଗୀତ ଜନ-ଗଣ-ମନ ଗାଇବାକୁ କହିଥିଲେ । ଏହାପରେ ସବୁ ପ୍ରଦର୍ଶନକାରୀ ମିଶି ଡ଼ିସିପିଙ୍କୁ ସହିତ ରାଷ୍ଟ୍ରିୟସଙ୍ଗୀତ ଗାଇଥିଲେ । ଏହାପରେ ଡିସିପି ରାଠୋର ବୁଝାଇଥିଲେ ଯେ ଆପଣଙ୍କ ମଧ୍ୟରୁ କେହିଜଣେ ହଙ୍ଗାମା କରିବେ ଆଉ ତାର ସଯ ସମସ୍ତଙ୍କୁ ମିଳିବ ଯାହାକି ଭୁଲ ଅଟେ । ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.