ଏଣିକି ଏହି ୬ଟି ସ୍ମାର୍ଟ ଫୋନରେ ଉପଲବ୍ଧ ହେବ Air Tel wifi calling ସୁବିଧା

ନିକଟରେ ଲଞ୍ଚ କରିଥିବା Air Tel wifi callingକୁ ଅଧିକ ପ୍ରଚଳନ କରିବା ପାଇଁ କମ୍ପାନୀ କିଛି ନୂଆ ସ୍ମାର୍ଟ ଫୋନକୁ ତାଲିକାରେ ସାମିଲ କରିଛନ୍ତି | ନିକଟରେ କମ୍ପାନୀ ବିଶେଷ ଭାବେ ୬ ଟି ସ୍ମାର୍ଟ ଫୋନକୁ ନିଜର ଏହି ତାଲିକାରେ ସାମିଲ କରିଛନ୍ତି | ସେଗୁଡିକ ମଧ୍ୟରେ ରହିଛି Samsung Galaxy S10, Galaxy s10+, Galaxy S10e, M20, One Plus 6, 6T  ଏହି ନୂଆ ସୁବିଧା ସାହାଯ୍ୟରେ ଘରେ କିମ୍ବା ଅଫିସରେ ଲାଗିଥିବା ୱାଇ ଫାଇ କନେକ୍ସନ ସାହାଯ୍ୟରେ ୟୁଜର୍ସ ମାନେ VoIP କଲ କରି ପାରିବେ | କିନ୍ତୁ ବର୍ତ୍ତମାନ ପାଇଁ ଏହି ସୁବିଧା Air Tel Xstream Fiber ମାଧ୍ୟମରେ କିଛି ସ୍ମାର୍ଟ ଫୋନ ଗୁଡିକୁ ହିଁ ମିଳିପାରିବ |

airtel

କିନ୍ତୁ କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଛି କି ଏଥିପାଇଁ ଗ୍ରାହକ ମାନଙ୍କୁ କୌଣସି ଏକ୍ସଟ୍ରା ଚାର୍ଜ ଦେବାକୁ ପଡିବ ନାହିଁ | ପ୍ରଥମ ସୋପାନରେ ଏହି ସେବାକୁ ଦିଲ୍ଲୀ ଏନସିଆର ଅଞ୍ଚଳରେ ଆରମ୍ଭ କରାଯାଇଥିବା ବେଳେ ଭାରତର ଅନ୍ୟ ବଡ ବଡ ସହରରେ ଏହି ସୁବିଧା ଖୁବ ଶୀଘ୍ର ଉପଲବ୍ଧ କରାଯିବ | ଆଉ ଏଥିପାଇଁ ଅନ୍ୟ କୌଣସି କଳିଙ୍ଗ ଆପ ଓ ସିମ ବ୍ୟବହାର କରିବା ଦରକାର ପଡିବ ନାହିଁ | Air Tel  ୱାଇ ଫାଇ କଳିଙ୍ଗକୁ ଫୋନରେ ବ୍ୟବହାର କରିବା ପାଇଁ ପ୍ରଥମେ ଆପଣଙ୍କ ଫୋନ କଂପାଟିବିଲିଟି Air Tel ଫିଏଚର ପାଇଁ ଉପଯୁକ୍ତ କି ନାହିଁ  ଚେକ କରାଇ ନିଅନ୍ତୁ |

airtel

ଆଉ ମଧ୍ୟ ନିଜ ଫୋନର ସଫଟ ୱୟରକୁ ଲାଟେସ୍ଟ ଭର୍ସନକୁ ଅପ ଗ୍ରେଡ଼ କରାଇ ନିଅନ୍ତୁ | ପରେ ନିଜ ଫୋନର ସେଟିଙ୍ଗକୁ ଯାଆନ୍ତୁ ୱାଇ ଫାଇ କଲିଙ୍ଗ ଫିଏଚର କୁ ସ୍ବିଚ ଅନ କରନ୍ତୁ | କିନ୍ତୁ ଧ୍ୟାନରେ ରଖିବେ ଆପଣଙ୍କ ଫୋନର VoLTE ସ୍ବୀଚ ଅନ ଥିବ | ଯଦି ୱାଇ ଫାଇରେ କୌଣସି ଅସୁବିଧା ହେଉଥାଏ ତେବେ ଆପଣଙ୍କ ଫୋନ ନିଜେ ନିଜେ 4G ନେଟବାର୍କ କୁ କନେକଟ ହୋଇଯିବ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.