୨୦୧୬ରେ ନିଖୋଜ ବାୟୁସେନାର ବିମାନ AN-32ର ଅଂଶବିଶେଷ ଠାବ

୨୦୧୬ରେ ବଙ୍ଗୋପ ସାଗରରେ ନିଖୋଜ ହୋଇଯାଇଥିବା ଭାରତୀୟ ବାୟୁସେନାର ବିମାନ AN-32ର ଅଂଶବିଶେଷ ଠାବ ହୋଇଛି। ୮ ବର୍ଷ ପରେ ଚେନ୍ନାଇ ଉପକୂଳରୁ ୩୧୦ କିଲୋମିଟର ଦୂରରେ ଏହି ଅଂଶବିଶେଷ ଆବିଷ୍କୃତ ହୋଇଥିବା ସରକାରଙ୍କ ପକ୍ଷରୁ ଏକ ପ୍ରେସ୍ ରିଲିଜ ଜାରି ହୋଇଛି।

୨୦୧୬ରେ ବଙ୍ଗୋପ ସାଗରରେ ନିଖୋଜ ହୋଇଯାଇଥିବା ଭାରତୀୟ ବାୟୁସେନାର ବିମାନ AN-32ର ଅଂଶବିଶେଷ ଠାବ ହୋଇଛି। ୮ ବର୍ଷ ପରେ ଚେନ୍ନାଇ ଉପକୂଳରୁ ୩୧୦ କିଲୋମିଟର ଦୂରରେ ଏହି ଅଂଶବିଶେଷ ଆବିଷ୍କୃତ ହୋଇଥିବା ସରକାରଙ୍କ ପକ୍ଷରୁ ଏକ ପ୍ରେସ୍ ରିଲିଜ ଜାରି ହୋଇଛି।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି ଦ୍ବାରା ବିକଶିତ ଏକ ସ୍ୱୟଂଶାସିତ ଉପଯୋଗୀ ଯାନ- AUV ବଙ୍ଗୋପସାଗରର ଶେଷ ଜଣାଶୁଣା ସ୍ଥାନରେ ନିଖୋଜ ବିମାନକୁ ଖୋଜିବା ପାଇଁ ଗଭୀର ସମୁଦ୍ରରେ ଅନୁସନ୍ଧାନ ଆରମ୍ଭ କରିଥିଲା। ବିମାନ ନିଖୋଜ ହେବା ସମୟରେ ସେଥିରେ ଚାଳକଦଳ ସଦସ୍ୟଙ୍କୁ ମିଶାଇ ମୋଟ୍ ୨୯ ଜଣ ଥିଲେ।

୨୦୧୬ ଜୁଲାଇ ୨୨ ତାରିଖ ସକାଳେ, ବାୟୁସେନାର ଆଣ୍ଟୋନୋଭ AN-32 ବିମାନ ଚେନ୍ନାଇର ତାମ୍ବରାମ ବାୟୁସେନା ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିଲା। ଏହି ପରିବହନ ବିମାନରେ କ୍ରୁଙ୍କ ସମେତ ମୋଟ୍ ୨୯ ଜଣ ଥିଲେ। ଯାହା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ପୋର୍ଟ ବ୍ଲେୟାରକୁ ଯାତ୍ରା କରୁଥିଲା।

ପୋର୍ଟ ବ୍ଲେୟାରର ଭାରତୀୟ ନୌସେନା ବିମାନ ବନ୍ଦର INS ଉତ୍କର୍ଷରେ ଅବତରଣ କରିଥାନ୍ତା। ତେବେ ବିମାନଟି ଉଡ଼ାଣର କିଛି ସମୟ ପରେ ସମସ୍ତ ଯୋଗାଯୋଗ ହରାଇ ବଙ୍ଗୋପସାଗରରେ ଥିବାବେଳେ ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା। ଯାହାକୁ ଖୋଜିବା ପାଇଁ ସର୍ବବୃହତ ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ହେଲେ ସେପ୍ଟେମ୍ବର ୧୫, ୨୦୧୬ରେ ଭାରତୀୟ ବାୟୁସେନା ନିଖୋଜ ବିମାନକୁ ଖୋଜିବାରେ ବିଫଳ ହେବାସହ ବିମାନରେ ଥିବା ସମସ୍ତ ୨୯ ଜଣଙ୍କୁ ମୃତ ବୋଲି ଘୋଷଣା କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.