ଭାରତକୁ ମିଳିଲା ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ

କେନ୍ୟୁଜ୍: ଭାରତକୁ ମିଳିଲା ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଫ୍ରାନସର ମେରିନେକ ଏୟାର ବେସରେ ରାଫେଲ ହସ୍ତାନ୍ତର କରିଛନ୍ତି ଡାସଲ୍‌ଟ କର୍ତ୍ତୃପକ୍ଷ। ବିମାନ ଗ୍ରହଣ କରି ରାଜନାଥ ସିଂହ କହିଛନ୍ତି, ରାଫେଲ ଦ୍ୱାରା ଭାରତର ଶକ୍ତି ବହୁଗୁଣା ବୃଦ୍ଧି ହେବ। ଏହାସହ ଭାରତ ଓ ଫ୍ରାନ୍‌ସ ମଧ୍ୟରେ ସାମରିକ ସହଯୋଗ ମଧ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ଫେବୃଆରୀ ୨୦୨୧ ସୁଦ୍ଧା ଭାରତକୁ ୧୮ଟି ରାଫେଲ ମିଳିବ । ୨୦୨୨ ମସିହା ଏପ୍ରିଲ-ମେ ସୁଦ୍ଧା ଅନ୍ୟ ୧୮ଟି ରାଫେଲ ଯୁଦ୍ଧ ବିମାନ ଆସିବ ବୋଲି କହିଛନ୍ତି ରାଜନାଥ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.