୨୦୧୯ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷିତ

କେନ୍ୟୁଜ୍: ୨୦୧୯ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷିତ। ଆମେରିକାର ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟର ଜେମ୍ସ ପେବଲ୍ସ ଓ ସ୍ୱିଜରଲ୍ୟାଣ୍ଡ ଜେନେଭା ବିଶ୍ୱବିଦ୍ୟାଳୟର ମାଇକେଲ ମେୟର ଏବଂ ଡିଡିଏର କ୍ୱିଲୋଜଙ୍କୁ ମିଳିତ ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ। ଜେମ୍ସ ପେବଲ୍ସଙ୍କୁ ଫର ଦି ଥିଓରିଟିକାଲ ଡିସ୍କଭରିଜ୍ ଇନ ଫିଜିକାଲ କସ୍ମୋଲେଜି ଏବଂ ମାଇକେଲ ମେୟର ଓ ଡିଡିଏର କ୍ୱିଲୋଜଙ୍କୁ ଫର ଦି ଡିସ୍କଭରୀ ଅଫ ଆନ ଏକ୍ସୋପ୍ଲାନେଟ ଅର୍ବିଟିଙ୍ଗ ଏ ସୋଲାର ଟାଇପ ଷ୍ଟାର ପାଇଁ ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାରର ଅଧା ରାଶି ଜେମସ ପେବଲସଙ୍କୁ ମିଳିବ । ବାକି ଅର୍ଦ୍ଧେକକୁ ପଦାର୍ଥ ବିଜ୍ଞାନୀ ମାଇକେଲ ମେୟର ଏବଂ ଡିଡିଏର କ୍ୱିଲୋଜ ବାଣ୍ଟି ନେବେ । ଆସନ୍ତାକାଲି ରସାୟନ ବିଜ୍ଞାନ ପାଇଁ ନୋବୋଲ ପୁରସ୍କାର ଘୋଷଣା ହେବ।